spot_img

Latest Posts

କାଉଣ୍ଟର ଡ୍ରୋନ ସିଷ୍ଟମ ଭାର୍ଗବାସ୍ତ୍ରର ସଫଳ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ସଫଳତାର ସହ ଭାରତ ପରୀକ୍ଷା କଲା କମ ମୂଲ୍ୟର କାଉଣ୍ଟର  ଡ୍ରୋନ ସିଷ୍ଟମ ଭାର୍ଗବାସ୍ତ୍ର। ଡ୍ରୋନ ହମଲାର ବିପଦ ବଢୁଥିବାବେଳେ ଭାରତ ଏହି ସଫଳତା ହାସଲ କରିଛି। ଗୋପାଳପୁରସ୍ଥିତ ସିୱାର୍ଡ ଫାୟାରିଂ ରେଞ୍ଜରୁ ଏହି ପରୀକ୍ଷା କରାଯାଇଛି। ଏହି ଅସ୍ତ୍ର ଅଢେଇ କିଲୋମିଟର ଦୂରରୁ ଡ୍ରୋନର ସନ୍ଧାନ କରିପାରିବ ଓ ଏହାକୁ ହଟାଇପାରିବ। ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ ଲିମିଟେଡ ବା ଏସଡିଏଏଲ ପକ୍ଷରୁ ପ୍ରସ୍ତୁତ ହୋଇଛି କମ ମୂଲ୍ୟର କାଉଣ୍ଟର ଡ୍ରୋନ ସିଷ୍ଟମ । ଡ୍ରୋନ ହମଲାର ମୁକାବିଲା ଲାଗି ଏହାର ସଦୁପଯୋଗ କରାଯିବ ବୋଲି ସୂଚନା ମିଳିଛି। ଗତ ୧୩ ତାରିଖରେ ଗୋପାଳପୁରରେ ଏହାର ୩ଟି ଟ୍ରାଏଲ ପରୀକ୍ଷଣ ହୋଇଛି। ଏହି ଅବସରରେ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରୟୋଗ କରାଯାଇଥିବା ସମସ୍ତ ୪ଟି ରକେଟ ସମ୍ପୂର୍ଣ୍ଣ ସଫଳ ହୋଇଥିବା କୁହାଯାଇଛି। ସମୁଦ୍ର ପତ୍ତନଠାରୁ ୫ ହଜାର ମିଟର ଉପରେ କିମ୍ବା ଦୁର୍ଗମ ଅଞ୍ଚଳରେ ବି ଏହାର ପ୍ରୟୋଗ କରାଯାଇପାରିବ। ଏହି ମାଇକ୍ରୋ ମିସାଇଲ ବି ୟୁଏଭିକୁ ନଷ୍ଟ କରିପାରିବ। ଏହି ସିଷ୍ଟମରେ ରହିଛି ମଡୁଲାର, ରାଡାର, ଇଓ, ଆରଏଫ ରିସିଭର ଓ ଶୁଟର। ଏଥିରେ ଅତ୍ୟାଧୁନିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିଛି।

Latest Posts

Don't Miss