ପୋଲିସର ମୁଣ୍ଡବିନ୍ଧା ସାଜିଛି ସାଇବର ଓ ବାଳ ଅପରାଧ
1 min read
ଭୁବନେଶ୍ୱର : ଜୁଭେନାଇଲ ଜଷ୍ଟିସ ଉପରେ କମିଶନରେଟ ପୋଲିସର ଫୋକସ୍ । ଶିଶୁ ଚାଲାଣ, ଅପହରଣ, ଚୋରି ରୋକିବା ଦିଗରେ ଗୁରୁତ୍ୱ । ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସାଇବର ଓ ବାଳ ଅପରାଧୀ । ଅପ୍ରାକୃତିକ ଯୌନ ଶୋଷଣ ପାଲଟିଛି ମୁଣ୍ଡବିନ୍ଧା । ଚାକଚକ୍ୟ ଜୀବନ ବଞ୍ଚିବା ପାଇଁ କୋମଳମତି ବୟସରେ ଆଇନକୁ ହାତକୁ ହାତକୁ ନେଇ ଅପରାଧୀ ବନୁଛନ୍ତି ନାବାଳକ । ମାତ୍ରାଧିକ ସୋସିଆଲ ମିଡ଼ିଆ ବ୍ୟବହାର, ଗୁଣାତ୍ମକ ଶିକ୍ଷାର ଅଭାବ ଯୋଗୁଁ ବଢୁଛି ଅପ୍ରାକୃତିକ ଯୌନ ସମ୍ପର୍କ । POCSO କେସର ମାତ୍ରାଧିକ ବୃଦ୍ଧି ନେଇ NCRB ରିପୋର୍ଟରେ ଉଦବେଗ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ମାନସମନ୍ଥନ । ପର୍ଣ୍ଣଗ୍ରାଫି, ଫେକ ୱେବସାଇଟ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅବିଭାବକଙ୍କୁ ବ୍ଲାକମେଲ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗେମିଙ୍ଗ ଆପ ଜରିଆରେ ମଧ୍ୟ ସାଇବର ଠକଙ୍କ ଦ୍ୱାରା ନିର୍ଯାତନା ପାଇଛନ୍ତି କୁନି ପିଲା । ବ୍ୟସ୍ତବହୁଳ ଜୀବନରେ ବାପା ମାଆ ଆବଶ୍ୟକ ମୁତାବକ ପିଲାଙ୍କ ଧ୍ୟାନ ରଖୁନଥିବା ଓ ଯୌଥ ପରିବାରର ଅଭାବ ଏଭଳି କ୍ଷେତ୍ରରେ ମୂଳ କାରଣ ବୋଲି ମତ ପ୍ରକାଶ ପାଇଛି ।
ଏପ୍ରିଲ ମାସ ୧୩ ତାରିଖ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା। child trafficking କୁ ରୋକିବା ପାଇଁ technical support agency ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଏସବୁକୁ ରୋକିବା ସହ ଏକ ସୁସ୍ଥ ସମାଜ ଗଢିବା ଦିଗରେ ପୋଲିସ, NGO ଓ ଅଭିଭାବକଙ୍କ ସହଯୋଗ ଆବଶ୍ୟକ ଥିବା କହିଛନ୍ତି ସମାଜସେବୀ । ନବାଳକଙ୍କ କଣ୍ଡକ୍ଟ ଡିଜର୍ଡର, ଯେପରିକି ଶୀଘ୍ର ରାଗିଯିବା, ଆବେଗଭରା ସ୍ଵଭାବ ପାଇଁ ସେମାନଙ୍କ ମନରେ ହିଂସାତ୍ମକ ମନୋଭାବ ସୃଷ୍ଟି ହେଉଥିବା ମତବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।