ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି, ଚୋରକକୁ କାବୁ କଲା ପୋଲିସ୍

ଭୁବନେଶ୍ବର :  ବିଳାସପୁର୍ଣ୍ଣ ଜୀବନ ବିତାଇବା ସହ ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି । ଚୋରକକୁ କାବୁ କଲା ପୋଲିସ୍ । ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା କୈଳାଶ ବିହାର ଅଞ୍ଚଳରେ ସୁନା, ଟଙ୍କା ଓ ଗୁରୁତ୍ୱପୂର୍ଣ ଦସ୍ତାବିଜ ଚୋରି କରିଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତି । ମାମଲାରେ ଯାଜପୁର ଅଞ୍ଚଳର ପ୍ରତିରଞ୍ଜନ ବିଶ୍ୱାଳ ଓ ତାଙ୍କ ଠାରୁ ଗହଣା କିଣିଥିବା କଟକ ଅଂଚଳର ଜଣେ ସୁନା କାରିଗରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୬ ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ୪୦ ହଜାର ଟଙ୍କା ସହ ଏଲଆଇସି ବଣ୍ଡ ଚୋରୀ ହୋଇଥିଲା । ସମସ୍ତ ଚୋରି ଜିନିଷ ଜବତ କରିଛି ପୋଲିସ । ଆଜି ପୋଲିସ ପକ୍ଷରୁ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତିଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାର ଓ କାଗଜପତ୍ର ତଦନ୍ତ ପରେ ଫେରସ୍ତ କରାଯିବ ବୋଲି କୁହାଯାଇଛି ।