ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ

ଭୁବନେଶ୍ବର : ରାଜଧାନୀର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ ରେ ଚଢ଼ାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ କ୍ରକ୍ସ୍‌ ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।