ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଏମିତି କହିଲେ ଖାମେନେଇଙ୍କ ପୁତୁରା

1 min read

ନନ୍ଦିଘୋଷ ବ୍ୟୁରୋ: ସପ୍ତମ ଦିନରେ ମଧ୍ୟପ୍ରାଚ୍ୟ ଉତ୍ତେଜନା। ଗତକାଲି ଇସ୍ରାଏଲ ଉପରେ ଜବରଦସ୍ତ ହମଲା କରିଛି ଇରାନ। ଫତେହ -୧ ମିସାଇଲ ମାଡ଼ କରିଥିଲା ଇରାନ। ଏହାର ଜବାବରେ ଇସ୍ରାଏଲ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ତେବେ ଏଭଳି ଏକ ପରିସ୍ଥିତିରେ ଇରାନର ଶାସକ ବର୍ଗଙ୍କ ସର୍ବୋଚ୍ଚ ନେତା ଆୟୋଜୁଲ୍ଲା ଅଲ୍ଲୀ ଖାମେନେଇଙ୍କ ପୁତୁରା ଦେଇଥିବା ପ୍ରତିକ୍ରିୟା ବେଶ ଚର୍ଚ୍ଚାରେ ରହିଛି । ଫ୍ରାନ୍ସରେ ରହିଥିବା ତାଙ୍କ ପୁତୁରା କହିଛନ୍ତି କି, ସେ ଯୁଦ୍ଧ ସପକ୍ଷରେ ନାହାନ୍ତି । ତେବେ ସେ ବିଶ୍ବାସ କରନ୍ତି କି ଇସଲାମିକ ରାଷ୍ଟ୍ରରେ ଗଣରାଜ୍ୟର ଶେଷ ହେଉଛି ପ୍ରକୃତ ଶାନ୍ତିର ପଥ । ଏହାସହ ସେ କହିଛନ୍ତି କି, ତାଙ୍କ ଦାଦାଙ୍କ ଶାସନର ଅନ୍ତ ଘଟିବା ଜରୁରୀ । ଖାମେନେଇଙ୍କ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ସେ ରହିଥିବା ମଧ୍ୟ ଇଣ୍ଟରଭିୟ୍ୟୁ ସମରେ କହିଛନ୍ତି । ଇସ୍ରାଏଲ ସହ ସାମରିକ ମୁକାବିଲା କରିବା ଦୁର୍ଭାଗ୍ୟଜନକ । କିନ୍ତୁ ଏପରି ଏକ ବ୍ୟବସ୍ଥା ଏହା ଅନିବାର୍ଯ୍ୟ ଯାହା ମୁଣ୍ଡ ନୁଆଁଏ କିମ୍ବା ସଂସ୍କାର ଗ୍ରହଣ କରେ ।

ସେପଟେ ପୁତୁରା ମୋରାଦଖାନି କହିଛନ୍ତି କି, ଇରାନରେ ଇସଲାମିକ ଶାସନ ଅନ୍ତ ହେବା ଉଚିତ୍ । କହିଛନ୍ତି କି, ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ମୁଁ ଦୁଃଖିତ । କିନ୍ତୁ ଇରାନୀ ଶାସନର ଦୁର୍ବଳତା ଦେଖି ବହୁତ ଖୁସି । ଇରାନରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ମୁଁ ସେଠାକାର ଲୋକଙ୍କ ସହ କଥା ହୋଇପାରୁନାହିଁ । ତେବେ ଇସଲାମିକ ଗଣରାଜ୍ୟର ଯେତେ ଶୀଘ୍ର ଅନ୍ତ ହେବ ଏହା ବେଶ ଭଲ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆରେ ଇରାନକୁ ଚେତାବନୀ ଦେଇସାରିଛନ୍ତି । ଆତ୍ମସମର୍ପଣ କରିବାକୁ କହିଛନ୍ତି ଟ୍ରମ୍ପ ।