ଅହମ୍ମଦାବାଦ ଏୟାର ଇଣ୍ଡିଆ କ୍ରାସ : ୩ ବରିଷ୍ଠ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ
1 min read
ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ଏୟାର ଇଣ୍ଡିଆ କ୍ରାସକୁ ନେଇ ୩ ବରିଷ୍ଠ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଏୟାର ଇଣ୍ଡିଆକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ୩ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଉପାଧ୍ୟକ୍ଷ । ଗୁରୁତର ତ୍ରୁଟି ପାଇଁ କ୍ରୁ ସିଡ୍ୟୁଲିଂ ଓ ରୋଷ୍ଟରିଂ ଦାୟିତ୍ଵରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। କୌଣସି ବିଳମ୍ଵ ନ କରି ତୁରନ୍ତ ଆକ୍ସନ ନେବାକୁ DGCA ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି। ଏହାର ଉତ୍ତରରେ ଏୟାର ଇଣ୍ଡିଆ କହିଛି, DGCA ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି। ଅସ୍ଥାୟୀ ଭାବେ ସିଓଓ ଏହି ସବୁ ଦାୟିତ୍ଵ ବୁଝିବେ। ସୁରକ୍ଷା ପ୍ରୋଟୋକଲ ଏବଂ ସେଫଟି ଷ୍ଟାଣ୍ଡାର୍ଡର ସମସ୍ତ ନିୟମ ପାଳନ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଡିଜିସିଏ ଆଦେଶରେ କୁହାଯାଇଛି: “ଲାଇସେନ୍ସିଂ, ବିଶ୍ରାମ ଏବଂ ଆବଶ୍ୟକତା ପୂରଣରେ ବିମାନ କର୍ମଚାରୀଙ୍କ ସିଡ୍ୟୁଲ୍ ଓ ଅପରେସନରେ ବାରମ୍ଵାର ତ୍ରୁଟି କରାଯାଇଛି। … ଡିଜିସିଏ ଏୟାର ଇଣ୍ଡିଆକୁ ଚେତାବନୀ ମଧ୍ୟ ଦେଇଛି ଯେ ଭବିଷ୍ୟତରେ କ୍ରୁ ଲିଷ୍ଟିଂରେ ଉଲ୍ଲଂଘନ ହେଲେ “କଠୋର କାର୍ଯ୍ୟାନୁଷ୍ଠାନ” ନିଆଯିବ। ଏପରିକି ଲାଇସେନସ ବି ସସପେଣ୍ଡ କରାଯାଇପାରେ। ଗତ ସପ୍ତାହରେ ଅହମଦାବାଦରେ ବୋଇଂ 787-8 ଡ୍ରିମଲାଇନର ଦୁର୍ଘଟଣା ହୋଇଥିଲା। ୨୪୧ ଯାତ୍ରୀ ସମେତ ୨୭୫ଜଣଙ୍କ ମୃତ୍ୟୁ ହୋଇଥିଲା।