ଓଡ଼ିଶାରେ ନାରୀ ଅସୁରକ୍ଷିତ, କଲେଜ କ୍ୟାମ୍ପସରେ ବିଜେଡିର ସୁରକ୍ଷା ପ୍ରତିବାଦ

ଭୁବନେଶ୍ବର : ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି । ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଓ ଅନ୍ୟ ଅପରାଧ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଏହି କ୍ରମରେ ଭୁବନେଶ୍ୱର ରାଜଧାନୀ କଲେଜରେ ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟବ୍ୟାପି ମହିଳା ହିଂସାର ପ୍ରତିବାଦ କରୁଛନ୍ତି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି ହୋଇଛି। ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରି ପିକେଟିଂ କରୁଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି। ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା। ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରୁଛି ବିଜେଡି।