ଶ୍ରୀକ୍ଷେତ୍ରରେ ଭକ୍ତ-ଭଗବାନଙ୍କ ମହାମିଳନ; ନୀଳାଚଳ ଛାଡ଼ି ନବଦିନାତ୍ମକ ଯାତ୍ରାରେ ଯିବେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଭାବ ଭକ୍ତିର ଜୁଆର । ଭାଇ ଭଉଣୀଙ୍କା ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧା ବିଗ୍ରହ । ରଥରେ ଚଢି ଶ୍ରୀଗୁଣ୍ଡିଚା ଯିବେ ମହାପ୍ରଭୁ । ଜନ୍ମବେଦୀ ଆଡପ ମଣ୍ଡପରେ କରିବେ ଲୀଳାଖେଳା । ଏଥିପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ଭକ୍ତ ଓ ଭଗବାନଙ୍କ ଏହି ମହା ମିଳନକୁ ଦେଖିବା ସାର ଜଗତ । ଏଥିପାଇଁ ଗତକାଲିଠାରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ସକାଳୁ ସକାଳି ଶ୍ରୀମନ୍ଦିରର ନୀତିକାନ୍ତି ପରେ ରଥ ସୋଧ କରାଯାଇ ଆଜ୍ଞମାଳ ବିଜେ କରାଯିବ । ଏହାପରେ ଆରମ୍ଭ ହେଲ ସମସ୍ତ ନୀତିକାନ୍ତି । ରଥକୁ ବିଜେ କରିବେ ଚଳନ୍ତି ପ୍ରତିମା, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଆସିବେ କାଳିଆ ଠାକୁର । ନନ୍ଦିଘୋଷ ରଥରେ ମହାପ୍ରଭୁ, ତାଳଧ୍ବଜରେ ବଳଭଦ୍ର, ଦର୍ପଦଳନରେ ବିରାଜିବେ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ । ଆରମ୍ଭ ହେବେ ନୀଳାଚଳରୁ ସୁନ୍ଦରଞ୍ଚଳକୁ ଯାତ୍ରା ।