ବ୍ରହ୍ମପୁର ମେଡିକାଲରେ ମାତିଛନ୍ତି ଲୁଟେରା, ସହାୟତା କରିବା ଆଳରେ କରୁଛନ୍ତି ଚୋରି
1 min read
ବ୍ରହ୍ମପୁର : ଅସୁରକ୍ଷିତ ବ୍ରହ୍ମପୁର MKCG ମେଡିକାଲ । ସହାୟତା କରିବା ଆଳରେ ଲୁଟୁଛନ୍ତି ଲୁଟେରା । ମେଡିକାଲ ପରିସରରେ ମାତିଛନ୍ତି ଚୋର । ଫିଦିନ ଲୁଟ ଘଟଣା ସାମ୍ନାକୁ ଆସୁଛି । ଲୁଟେରାଙ୍କ ଶିକାର ହେଉଛନ୍ତି ଗାଁ ଗହଳିର ବରିଷ୍ଠ ନାଗରିକ । ଏହି ମାଆ ଜଣକ ଛାତିରେ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଆସିଥିଲେ ମେଡିକାଲ । ଏକ୍ସ-ରେ କରିବା ପାଇଁ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ପାଖକୁ ଆସି ତାଙ୍କୁ ସହାୟତା କରିବାକୁ କହି ଲୁଟି ନେଇଛି ସୁନା ଅଳଙ୍କାର । ଠିକ ସେହିପରି ଆଉ ଜଣେ ବୃଦ୍ଧାଙ୍କଠାରୁ ଲୁଟି ନେଲେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା । ଲୁଟର ଶିକାର ହୋଇଛନ୍ତି ଆର.ଉଦୟଗିରି ମହେନ୍ଦ୍ରଗଡ଼ର ଜୁରିଆ ସାହୁ ଏବଂ ତାଙ୍କ ପତ୍ନୀ ଶଶି । ଗଳାରେ ସମସ୍ୟା ଥିଙବାରୁ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସି ଲୁଟେରାଙ୍କ ଶିକାର ହୋଇଛନ୍ତି । ବୈଦ୍ଯନାଥପୁର ଥାନାରେ ଏତଲା ପରେ ତଦନ୍ତ କରୁଛି ପୋଲିସ।
ବ୍ରହ୍ମପୁର ବଡ ମେଡିକାଲ ପରିସର ଦଲାଲଙ୍କ କବ୍ଚ୍ଚାରେ ରହିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଏବେ ମେଡିକାଲ ପରିସରରେ ଏପରି ଚୋରି ଘଟଣା ଘଟୁଥିବାରୁ ଆତଙ୍କିତ ହୋଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ଖାଲି ଟଙ୍କା ସୁନା ନୁହେଁ ପ୍ରତିଦିନ ଗାଡ଼ି ଚୋରି ହେଉଥିବା ମଧ୍ଯ ଅଭିଯୋଗ ହେଉଛି । ମେଡିକାଲରେ ସୁରକ୍ଷା ବିଫଳ ସହ ଅନେକ ସ୍ଥାନରେ ସିସିଟିଭି ଖରାପ ହୋଇ ରହିଛି । ତେଣୁ ଚୋରଙ୍କୁ ଧରିବା ପୋଲିସ ପାଇଁ କଷ୍ଟକର ହେଉଛି । ସେପଟେ ଏହାଦ୍ବାର ମେଡିକାଲ ବଦନାମ ହେଉଛି । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।