ବାପାଙ୍କ ମୁହଁରେ ମୁଖାଗ୍ନି ଦେବାକୁ ଆସି ଶବ ହୋଇଗଲେ ପୁଅ ବୋହୂ

1 min read

ନୟାଗଡ଼: ନିଷ୍ଠୁର ଦଇବ । ଆଗପଛ କରି ନେଇଗଲା ଗୋଟିଏ ପରିବାରର ୩ ଜୀବନ । ବାପାଙ୍କ ମୁହଁରେ ମୁଖାଗ୍ନି ଦେବାକୁ ଆସି ଶବ ହୋଇଗଲେ ପୁଅ ବୋହୂ । ନୟାଗଡ଼ ଜିଲ୍ଲା ଗଣିଆ ପାଟଣା ସାହିର ହୃହୟବିଦାରକ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପରିବାରରେ ଖେଳିଯାଇଛି ଶୋକର ଛାୟା । ବନ୍ଧୁବାନ୍ଧବ, ସାଇ ପଡୋଶୀଙ୍କ ଆଖିରୁ ଶୁଖୁନି ଲୁହ । ଗତକାଲି ବିଳମ୍ବିତ ରାତ୍ରିରେ ପାଟଣା ସାହିର ଅବସରପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କ ମୃତ୍ଯୁ ଘଟିଥିଲା । ଖବର ପାଇ ନୂଆପଡା ଜିଲ୍ଲା କୁରୁମଭୋଇ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ବଲ୍ଲଭଙ୍କ ବଡ଼ପୁଅ ରାଜ କିଶୋର ସାହୁ ଓ ବୋହୁ ମିନାକ୍ଷୀ ସାହୁ ଆସୁଥିବା ବେଳେ ତାଙ୍କର ଦୁର୍ଘଟଣାରେ ମୃତ୍ଯୁ ଘଟିଛି ।…

ରାଜ କିଶୋର ଓ ମିନାକ୍ଷୀ ବାପାଙ୍କ ଶେଷ ଦର୍ଶନ କରିବାକୁ ସୁଦୂର ନୂଆପଡାରୁ ଆସୁଥିଲେ । ନୂଆପଡା ସ୍ଥିତ ଟୋଲଗେଟ ନିକଟରେ ଛିଡାହୋଇଥିବା ଟ୍ରକ ସହ କାରଟି ଧକ୍କା ହୋଇଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । …

ରାଜକିଶୋର ଓ ମିନାକ୍ଷୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ସେ ଦୁହେଁ ରାଜ୍ଯ ବାହାରେ ଘରୋଇ ଅନୁଷ୍ଠାନରେ ଚାକିରୀ କରୁଛନ୍ତି । ହେଲେ ବାପା ମାଆଙ୍କ ମୃତ୍ଯୁ ପରେ ହସ-ଖୁସିର ସଂସାରରେ  ଅନ୍ଧକାର ଘୋଟିଯାଇଛି ।