ଭଦ୍ରକ ମହାବିଦ୍ୟାଳୟ କାନ୍ଥରେ ଦେଖିବାକୁ ମିଳିଛି ଓଡିଆ ଅସ୍ମିତାର ଗାରିମା

ଭଦ୍ରକ: ରଙ୍ଗତୁଳୀରେ ନିଖୁଣ ଛାପ । ହଜିଯାଇଥିବା ପ୍ରଥା, ଚଳଣୀ, ସଂସ୍କୃତି ଓ ପରମ୍ପରାର ଝଲକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟ କାନ୍ଥରେ ଦେଖିବାକୁ ମିଳିଛି ଓଡିଆ ଅସ୍ମିତାର ଗାରିମା । କେଉଁଠି ଚାଟଶାଳୀରେ ପିଲାଙ୍କୁ ପଠାଯାଉଛି ତ କେଉଁଠି ବୁଢୀ ମାଆ ଚୁଲି ଫୁଙ୍କୁଛି । ଚାଷୀ ଲଙ୍ଗଳ ଜୁଆଳିରେ କରୁଛନ୍ତି ଚାଷ । ସଗଡରେ ମାଲ ପରିବହନ, ପର୍ବ ପର୍ବାଣୀ, ସାମାଜିକ ଚଳଣୀ, ଆମର ବୀରତ୍ବର ଗାଥା ବହନ କରିଥିବା ରକ୍ତତୀର୍ଥ ଇରମ….. ମହାପୁରୁଷଙ୍କ ଚିତ୍ର ଆଦି ଆମ ମାଟିର ଗୌରବ ଗାଥା ବହନ କରୁଛି ।…
ଭଦ୍ରକ ଜିଲ୍ଲାର ଅଟଳ ବିହାରୀ ମହାବିଦ୍ଯାଳୟ । ପୂର୍ବ ସରକାରଙ୍କ ଉଦ୍ଯମରେ କଲେଜର ନବକଳେବରର ହୋଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭିତରେ ହଜିଯାଉଥିବା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବାକୁ କଲେଜ ପକ୍ଷରୁ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର କରାଯାଉଛି । ଯାହା ମହାବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ସହିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି କଲେଜ ଅଧ୍ଯକ୍ଷ ।…
ମହାବିଦ୍ଯାଳୟ କାନ୍ଥରେ ଜୀବନ ଚିତ୍ର ଦେଖି ଉତ୍ସାହିତ ହେଉଛନ୍ତି ଯୁବପୀଢୀ ।