ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ

କଟକ : କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଅଭିଯୋଗ। ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ । ସ୍ନାତକ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଖବର ପାଇ ହଷ୍ଟେଲ ୱାଡେନ ଓ ବରିଷ୍ଠ ଅଧ୍ୟାପକ ରାତି ଅଧରେ ହଷ୍ଟେଲ ପରିଦର୍ଶନ କରିଛନ୍ତି । ଛାତ୍ରଙ୍କୁ ଉଦ୍ଧାର କରିବା ସହ ଆଣ୍ଟି ରାଗିଂ ସେଲର ବୈଠକ ହୋଇଛି । ତୁରନ୍ତ ୧୦ ଜଣ ତୃତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲରୁ ନିଲମ୍ବନ ନିଷ୍ପତ୍ତି ହୋଇଛି । ଅଭିଭାବକଙ୍କୁ ଡାକି ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛିମାସ ତଳେ ହଷ୍ଟେଲରେ କିଛି ଛାତ୍ର ଧମକ ଚମକ ଦେଉଥିବା ଅଭିଯୋଗ ନେଇ କୁଳପତିଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।