ଘରୋଇ କଳହର କରୁଣ ପରିଣତି, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କଣ୍ଟାମାଳ :  ଘରୋଇ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ସ୍ତ୍ରୀକୁ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକର ଏକ ବସ୍ତିରେ ଘଟିଛି ହତ୍ୟାକାଣ୍ଡ। ମୃତ ସ୍ତ୍ରୀ ହେଲେ କୁନି ଗୁରୁ। ଅଭିଯୁକ୍ତ ସ୍ବାମୀ ହେଲେ ସର୍ଜନ ପ୍ରଧାନ । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ରାତିରେ ପୁରୁଣାକଟକ ଥାନା ପଛ ପାଖ ବସ୍ତିରେ ବାସ କରୁଥିବା ସର୍ଜନ ପ୍ରଧାନ ଓ ତାଙ୍କ ପତ୍ନୀ କୁନି ଗୁରୁଙ୍କ ମଧ୍ୟରେ ଘରୋଇ କଳହ  ହୋଇଥିଲା । ଏଥିରେ ରାଗିଯାଇ ସ୍ୱାମୀ ସର୍ଜନ ପତ୍ନୀଙ୍କୁ ପାଖରେ ଥିବା ଟାଙ୍ଗିଆରେ ହାଣି ଦେଇଥିଲା । ଫଳରେ ପତ୍ନୀ କୁନି ଗୁରୁତର ଆହତ ହୋଇ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହା ଦେଖି ସାର୍ଜନ ସଂଗେ ସଂଗେ ଘରକୁ ତାଲା ପକାଇ ନିକଟରେ ଥିବା ପୋଲିସ ଷ୍ଟେସନକୁ ଯାଇ ସମସ୍ତ ଘଟଣା କହିଥଇଲେ।  ପରେ ପୋଲିସ କର୍ମଚାରୀ ଆସି କୁନିଙ୍କୁ ତାଲା ଭାଙ୍ଗି ଘରୁ ଉଦ୍ଧାର କରିବା ସହ ପୁରୁଣା କଟକ ହସ୍ପିଟାଲ ନେଇଥିଲେ । ସେଠାରୁ କୁନିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।