spot_img

Latest Posts

ଚୀନର ରାଜଧାନୀ ବେଜିଂରେ ବନ୍ୟା, ୩୦ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ ; ଚୀନର ରାଜଧାନୀ ବେଜିଂରେ ବନ୍ୟା । ବେଜିଂର ଉତ୍ତର ଅଞ୍ଚଳରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନର ଗଣମାଧ୍ୟମ ଅନୁଯାୟୀ, ଅତି କମରେ 8୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ଖଣାପ ହେବା ସହ ବିତ୍ୟୁତ ତାର ଛିଣ୍ଡି ଯାଇଛି । ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବେଜିଂର ସବୁଠାରୁ ଅଧିକ ପ୍ରଭାବିତ ମିୟୁନ୍ ଜିଲ୍ଲାରେ ୨୮ ଜଣ ଓ ୟାନକିଙ୍ଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ରାତିସାରା ଚୀନ୍ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ସୋମବାର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ଆଠ ଜଣ ନିଖୋଜ ଅଛନ୍ତି। ହେବେଇ ପ୍ରଦେଶରେ ଭୂସ୍ଖଳନରେ ଲୋକମାନେ ଫସି ରହିଛନ୍ତି।

ଲୁଆନପିଙ୍ଗ କାଉଣ୍ଟି ସୀମାନ୍ତବର୍ତ୍ତୀ ମିୟୁନ୍ ଜିଲ୍ଲାରେ ପ୍ରବଳ ବନ୍ୟା ଆସି କାରଗୁଡ଼ିକୁ ଭାସି ଯାଇଛି  । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଦେଇଛି। କେନ୍ଦ୍ରୀୟ ବେଜିଂରୁ ପ୍ରାୟ ୧୦୦କିଲୋମିଟର ଉତ୍ତର-ପୂର୍ବରେ ଥିବା ତାଇସିଟୁନ୍ ସହରର ରାସ୍ତା ପାଣିରେ ବୁଡ଼ି ଯାଇଛି ।

ସୋମବାର ରାତି ୮ଟାରେ ବେଜିଂ କର୍ତ୍ତୃପକ୍ଷ ଲୋକଙ୍କୁ ଘର ଭିତରେ ରହିବା, ସ୍କୁଲ ବନ୍ଦ କରିବା, ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଓ ବାହ୍ୟ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss