spot_img

Latest Posts

ଅନଲାଇନ ସ୍କାର୍ମର ନୂଆ ତରିକା, ହ୍ଟାର୍ଟ୍ସଆପ୍ ଏବଂ ଟେଲିଗ୍ରାମରେ ଏମିତି ଚୂନା ଲଗାଉଛନ୍ତି ସାଇବର ଠକ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦି ବଢୁଛି ଅନଲାଇନ ଠକେଇ । ସାଇବର ଠକ ମାନେ ଟଙ୍କା ହଡ଼ପ କରିବା ପାଇଁ ପ୍ରତିଦିନ ନୂଆନୂଆ ପନ୍ଥା ଆପଣାଉଛନ୍ତି । ଆଜିକାଲି ଏକ ନୂଆ ଅନଲାଇନ୍ ଠକେଇ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ; ଯାହା ବିଶେଷକରି ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରମାନଙ୍କୁ ଟାର୍ଗେଟ କରୁଛି। ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ମେସେଜିଂ ଆପ୍ ମାଧ୍ୟମରେ, ଠକମାନେ ସହଜରେ ଟଙ୍କା ରୋଜଗାର କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଫସାଉଛନ୍ତି। ଏହା ଏକ ସରଳ ମେସେଜରୁ ଆରମ୍ଭ ହୁଏ ଯେଉଁଥିରେ ଲେଖା ହୋଇଥାଏ ଯେ, ଆପଣଙ୍କୁ ଏକ ଉତ୍ପାଦକୁ 5ଷ୍ଟାର ରେଟିଂ ଦେବାକୁ ପଡିବ, ଯେପରିକି YouTube ଭିଡିଓ କିମ୍ବା କିଛି ଛୋଟ ଅନୁବାଦ କରିବାକୁ ପଡିବ ଏବଂ ଆପଣଙ୍କୁ ଏହା ବଦଳରେ ଟଙ୍କା ଦିଆଯିବ।

 ଛୋଟ କାମଠାରୁ ଲକ୍ଷ ଲକ୍ଷ ଋଣ

ଗୁଜରାଟର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ୨୫ବର୍ଷୀୟ ସୋରଥିଆ ମଧ୍ୟ ଏପରି ଏକ ଟେଲିଗ୍ରାମ ଗ୍ରୁପର ଅଂଶ ଥିଲେ। ପ୍ରାରମ୍ଭିକ କାମ କରିବା ପାଇଁ ତାଙ୍କୁ କିଛି ଟଙ୍କା ମିଳିଥିଲା। କିନ୍ତୁ ପରେ ତାଙ୍କୁ “ଉଚ୍ଚ ସ୍ତରର କାର୍ଯ୍ୟ” ପାଇଁ ଅଧିକ ଟଙ୍କା ଦେବାକୁ କୁହାଗଲା। ଧୀରେ ଧୀରେ ସେ ୨୮ଲକ୍ଷ ଟଙ୍କାର ଋଣରେ ବୁଡ଼ିଗଲେ ଏବଂ ଶେଷରେ ଆତ୍ମହତ୍ୟା କଲେ। ତାଙ୍କ ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ ସେ ଏହି ଜାଲରୁ ବାହାରି ପାରିଲେ ନାହିଁ।

କେମିତି ଚିହ୍ନିବେ ଅନଲାଇନ ସ୍କାମ୍

ଏହି ଠକେଇଗୁଡ଼ିକରେ ନକଲି ୱେବସାଇଟ୍, ନକଲି ସାକ୍ଷାତକାର ଏବଂ ନକଲି ଡ୍ୟାସବୋର୍ଡ ଅନ୍ତର୍ଭୁକ୍ତ ଯାହା ଦର୍ଶାଏ ଯେ ଆପଣ କେତେ ରୋଜଗାର କରିଛନ୍ତି। କିନ୍ତୁ ଏହା ସବୁ ଏକ ଠକେଇର ଅଂଶ। ଆପଣ ଏଥିରେ ଟଙ୍କା ନିବେଶ କଲେ ଆପଣ ଏହି ଫ୍ରଡର ଶିକାର ହେବେ।

  • ଅଫିସିଆଲ୍ ୱେବସାଇଟ୍ କିମ୍ବା ସୋର୍ସରୁ ଯେକୌଣସି ଚାକିରି ପ୍ରସ୍ତାବ ଉପରେ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରନ୍ତୁ।
  • ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସୂଚନା, OTP କିମ୍ବା ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ।
  • ଏପରି ଯେକୌଣସି ଠକେଇ ହେଲେ ତୁରନ୍ତgov.in ରେ ରିପୋର୍ଟ କରନ୍ତୁ ।

 

Latest Posts

Don't Miss