ସମ୍ବଲପୁର-ଚାଉଁପୁର ବ୍ରିଜ ପାଲଟିଛି ଡେଥ୍ ଜୋନ, ୭ ବର୍ଷରେ ମହାନଦୀକୁ ଡେଇଁ ଗଲାଣି ୨୦ ଜୀବନ
1 min read
ସମ୍ବଲପୁର : ସେତୁ ପାଲଟିଛି ମୃତ୍ୟୁର ଇଲାକା । ମହାନଦୀ ନେଉଛି ଜୀବନ । ୭ ବର୍ଷରେ ଗଲାଣି ୨୦ ମୁଣ୍ଡ । ସମ୍ବଲପୁର ସହର ଓ ଚାଉଁରପୁର ମଧ୍ୟରେ ସଂଯୋଗ କରୁଥିବା ବ୍ରିଜ ଏବେ ହୋଇଛି ଆତ୍ମହତ୍ଯା ପ୍ରବଣ । ନିର୍ମାଣ ହେବା ଦିନଠାରୁ ଫିଦିନ ଏଠାରେ ଘଟୁଛି ଅଘଟଣ । ଗତ ୨୯ରେ ସମ୍ବଲପୁର ସହରର ଦୁର୍ଗାଶଙ୍କ ଡେଇଁ ପଡ଼ିଥିଲେ । ୫ ଦିନ ପରେ ସୁବର୍ଣପୁରର ବଢ଼ିଲା ଗାଁ ନିକଟରୁ ମିଳିଲା ତାଙ୍କର ମୃତଦେହ । ସେହିପରି ଗତ ୧୦ ମାର୍ଚ୍ଚ ପୂର୍ବାହ୍ନ ୧୧ ଟାରେ ୪୦ ବର୍ଷୀୟା ମଞ୍ଜୁସା ମେହେର ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହାପୂର୍ବରୁ ଗତ ୨୪ ଅଗଷ୍ଟ ୨୦୨୪ରେ ସ୍କୁଲ ଛାତ୍ରୀ କାଜଲ ସାହାଣୀ ବ୍ରିଜ ଉପରୁ ଡେଇଁ ହାରିଥିଲେ ଜୀବନ । ଆଠଗଡ଼ ମହାନଦୀରୁ ଉଦ୍ଧାର ହୋଇଥିଲା ଶବ । ୨ ଅଗଷ୍ଟ ୨୦୨୪ରେ ମହାନଦୀକୁ ଡେଇଁଥିବା ସୁନାପାଲିର ସନ୍ତୋଷ ତାଣ୍ଡି କିନ୍ତି ଜୀବନ୍ତ ଉଦ୍ଧାର ହୋଇଥିଲେ । ୧୦ ଫେବ୍ରୁଆରୀ ୨୦୨୪ ରେ ଚନ୍ଦନ ଅଗ୍ରୱାଲ , ୨୦୨୩ରେ ଯୁଯୁମୁରା ଅଂଚଳର ସାବତ୍ରୀ ଭୁଏ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ତେବେ SRIT କଲୋନୀର ସୁରେନ୍ଦ୍ର ମିଶ୍ରଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।
ସ୍ଥାନୀୟ ଲୋକେ କିଛି ଲୋକଙ୍କୁ ଉଦ୍ଧାର ମଧ୍ୟ କରି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ତେବେ ସୁରକ୍ଷା ଓ ପାଟ୍ରୋଲିଂ ବ୍ଯବସ୍ଥା ନଥିବାରୁ ଅନେକ ସମୟରେ ଏପରି ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ପୋଲ ଉଭୟ ପଟରେ ଉଚ୍ଚ ତାରବାଡ଼ ସହ ନୀୟମିତ ପୋଲିସ ପାଟ୍ରୋଲିଂ ହେଲେ ଏପରି ଅଘଟଣକୁ ରୋକାଯାଇ ପାରନ୍ତା ବୋଲି କହିଛନ୍ତି ସମାଜସେବୀ ।