୬ ବିଭାଗର ୭ ପ୍ରସ୍ତାବକୁ କ୍ୟାବିନେଟ ମୋହର

1 min read

ଭୁବନେଶ୍ବର ;  ୬ଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ସମବାୟ ବିଭାଗର ହେବ ମଡେଲ ମଣ୍ଡି। ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡିରେ ପରିଣତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୩୦୦ କୋଟି ଟଙ୍କା। ଏହି ଆଦର୍ଶ ମଣ୍ଡିରେ ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି କରାଯିବ। ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ୍‌ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣ ବ୍ୟବସ୍ଥା ସୃଷ୍ଟି ହେବ । ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ଭଡ଼ାରେ ଦେବେ ସରକାର । ଏଥିପାଇଁ MS ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନିକୁ ଚୟନ କରାଯାଇଛି। ସେହିପରି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ବତନ୍ତ୍ର ସଂଗ୍ରହାଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ଯେଉଁଥିରେ ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର । ୩୫୦ କୋଟି ବ୍ୟୟରେ ସହରାଞ୍ଚଳରେ ଏଲଇଡି ଲାଇଟ୍‌ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ଏହାଛଡ଼ା ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମରୁ ଆସିବ ପାଣି । ସେହିପରି ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ANM ସେଣ୍ଟର ଅଛି। ଏବେ ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।