spot_img

Latest Posts

ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ

ଆରଡି : ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ। ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ହେଉଥିବା ଏ ଭିଡିଓଟି ଭଦ୍ରକ ଜିଲ୍ଲା ଧାମନଗର ସହରରେ ଥିବା ଜରା ନିବାସର। ଏକ ବେସରକାରୀ ଆଶୀର୍ବାଦ ସଂଗଠନର ପରିଚାଳନାରେ ଥିବା ଏହି ଜରା ନିବାସରେ ଅନ୍ତେବାସୀଙ୍କୁ ଭଲ ଖାଇବାକୁ ଦିଆଯାଉନଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯତନା ଦିଆଯାଉଥିବା ଅଭିଯୋଗ। ଧନୁ ମଳିକ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରିକି ପରିସର ଵାହାରେ ଅଭିଯୋଗ କଲେ କିମ୍ବା ଖାଦ୍ୟ ସର୍ମ୍ପକରେ କିଛି କହିଲେ ଜରା ନିଵାସରୁ ତଡ଼ି ଦିଆଯିବ ବୋଲି ଧମକ ଦିଆଯାଉଛି। ପୂର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ଆସିଛି। ଏଥିଲାଗି ଜିଲ୍ଲାପାଳ ତଦନ୍ତ କରିବା ଆବଶ୍ଯକ ବୋଲି ଦାବି ଉଠୁଛି। ଏନେଇ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ବୃଦ୍ଧାଶ୍ରମ ଭିତରକୁ ଯାଉଥିବା ସମୟରେ ସାମ୍ବାଦିକଙ୍କୁ ବାରଣ କରିଥିଲେ ସୁରକ୍ଷାକର୍ମୀ। ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଭରପୂର ପ୍ରୟାସ କରିଥିଲେ। ଧାମନଗର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ ସଂପର୍କିତ ଭିଡିଓ ଭାଇରାଲ ବିଭିନ୍ନ ସୋସିଆଲ ମିଡ଼ିଆ ହେଉଥିବା ଦେଖିବାକୁ ମିଳିଛି।

Latest Posts

Don't Miss