ଯାଜପୁରରେ ଧୁମଧାମରେ ଗହ୍ମା ପର୍ବ ପାଳିତ

ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘର ସାହିରେ ଧୁମଧାମରେ ପାଳିତ ହୋଇଯାଇଛି ଗହ୍ମା ପର୍ବ ବା ବଳଭଦ୍ର ପୂଜା । ରାକ୍ଷୀ ପୂର୍ଣ୍ଣିମା ପରେ ପାଞ୍ଚ ଦିନ ଧରି ପାଳନ ହୁଏ ଏହି ପର୍ବ । ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଆମିଷ, ପିଆଜ ରସୁଣ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ । ପୂଜାର ଦ୍ୱିତୀୟ ଦିନକୁ ବଡ଼ ପୂଜା ନାଁରେ ନାମିତ କରାଯାଇଥାଏ । ସେଥିରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପିଠା ଓ କ୍ଷୀରି ଭୋଗ ରୂପେ ଅର୍ପଣ କରାଯାଇଥାଏ । ଶେଷ ଦିନରେ ପ୍ରଭୁଙ୍କ ପାଖରେ ଶାଗ ଭାତ ଭୋଗ ଲଗାଯାଇଥାଏ । ଏହି ଦିନ ସହସ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପାଟରା ମାନଙ୍କ ଦ୍ୱାରା ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥାଏ।