୮ଟି ମାମଲାରେ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ୍

ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ ସୁପ୍ରିମକୋର୍ଟରୁ ଇମ୍ରାନ ଖାନଙ୍କୁ ଜାମିନ ମିଳିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୮ଟି ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗୁରୁବାର ଦିନ କୋର୍ଟ ଶୁଣାଣି କରି କହିଛନ୍ତି ଇମ୍ରାନଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ । ତାଙ୍କ ବିରୋଧରେ ପୂର୍ବରୁ ମାମଲା ରହିଛି । ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ ।
ଇମ୍ରାନଙ୍କ ଏହି ଜାମିନ ୯ ମଇ ମାମଲାରେ ମିଳିଛି । ୯ ମଇ ୨୦୨୩ ମସିହାରେ ଇମ୍ରାନଙ୍କ ସମର୍ଥକ କିଛି ଅଞ୍ଚଳରେ ସେନା ବିରୋଧରେ ମୋର୍ଚ୍ଚା କରିଥିଲେ । ଏହି ମୋର୍ଚ୍ଚା ଯୋଗୁଁ ପାକିସ୍ତାନ ସେନାର ବହୁ କ୍ଷତି ହୋଇଥିଲା । ପ୍ରଥମ ଥର ପାଇଁ ପାକିସ୍ତାନ ସେନା ବିରୁଦ୍ଧରେ ଏପରି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ ସମୟରେ ସରକାର ଓ ସେନା ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଛନ୍ତି । କାରଣ ସରକାରୀ ଓକିଲ ଜାମିନକୁ ବିରୁଦ୍ଧ କରୁଥିଲେ । ଏହି ସମୟରେ କୋର୍ଟ ଯୋଗ୍ୟତା ଊପରେ କିଛି ଟିପ୍ପଣୀ ଦେବେ ନାହିଁ ବୋଲି କହିଛନ୍ତି । ଇମ୍ରାନଙ୍କୁ ଜାମିନ ମିଳିବା ଦରକାର । ସେ ଏହାର ହକଦାର ଅଟନ୍ତି ।
ଇମ୍ରାନଙ୍କୁ ୯ ମଇ ମାମଲରେ ଜାମିନ ମିଳିଥିବା ବେଳେ ଅନ୍ୟ ମାମଲାରେ ତାଙ୍କୁ ସଜା ବି ମିଳିଛି । ଯାହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଯାଇଛନ୍ତି । ୯ ମଇ ମାମଲାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା । କାରଣ ଏହା ପାକିସ୍ତାନ ସେନା ସହିତ ଯୋଡି ହୋଇ ରହିଥିଲା । ଆଜି ଯେମିତି ସୁପ୍ରିମେକାର୍ଟ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି । କୁହାଯାଉଛି ବହୁତ ଶୀଘ୍ର ଇମ୍ରାନ ଜେଲରୁ ମୁକୁଳିବେ । ଇମ୍ରାନ ଖାନ ଦୁଇ ବର୍ଷ ହେଲା ଜେଲରେ ଅଛନ୍ତି ।