୪୦ ବଲରେ ଥିଲା ୧୦୨ ରନ୍, ୧୧ ବଲ ପୂର୍ବରୁ ଜିତିଲେ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ : ମନର ଆତ୍ମବିଶ୍ବାସ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଅସମ୍ଭବ ବି ସମ୍ଭବ ହୋଇଥାଏ । ଏମିତି କିଛି ଦେଖିବାବୁ ମିଳିଛି କେନିଂଟନ୍ ଓଭାଲରେ ଖେଳାଯାଇଥିବା ମ୍ୟାଚରେ ଦେଖିବାକୁ ମିଳିଛି । ପରାଜୟର ଦ୍ବାର ଦେଶରେ ଥିବା ମ୍ୟାଚ ବିଜୟ ହାସଲ କରିଛି । ଲଣ୍ଡନର କେନିଂଟନ୍ ଓଭାଲରେ ଏପରି ଏକ ମ୍ୟାଚ୍ ଖେଳାଯାଇଥିଲା। ଟ୍ରେଣ୍ଟ ରକେଟ୍ସ ଓଭାଲ୍ ଇନଭିନ୍ସିବଲ୍ସ ବିପକ୍ଷରେ ୧୭୨ ରନ୍ ର ଲକ୍ଷ୍ୟ ରଖିଥିଲା। ମ୍ୟାଚ୍ ଏପରି ଏକ ସ୍ଥାନରେ ପହଞ୍ଚିଥିଲା ​​ଯେଉଁଠାରେ ଓଭାଲ୍ ଇନଭିନ୍ସିବଲ୍ସକୁ ୪୦ ବଲରେ ଜିତିବା ପାଇଁ ୧୦୨ ରନ୍ ଆବଶ୍ୟକ ଥିଲା  । ଏହି ମ୍ୟାଚ୍ ଜିତିବାର ସମ୍ଭାବନା କେବଳ ୯ ପ୍ରତିଶତ ଥିଲା । ଏପରି ପରିସ୍ଥିତିରେ ଜୋର୍ଡାନ କକ୍ସ ଓ ସାମ୍ କରନଙ୍କ ଦ୍ରୁତ ଇନିଂସ ଏହି ୯ ପ୍ରତିଶତ ସୁଯୋଗକୁ ଶତ ପ୍ରତିଶତରେ ପରିଣତ କରିଥିଲା।

ଇଂଲଣ୍ଡରେ ଚାଲିଥିବା ଦି ହଣ୍ଡ୍ରେଡ୍ ଲିଗ୍ ସମୟରେ, ଟ୍ରେଣ୍ଟ ରକେଟ୍ସ ଶହେ ବଲରେ ୭ ଓ୍ବେକଟ ହରାଇ ୧୭୧ ରନ କରିଥିଲା । ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏହି ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ। ରୁଟ୍ ୪୧ ବଲରେ ୭୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେହି ସମୟରେ, ଓଭାଲ୍ ଇନଭିନ୍ସିବଲ୍ସ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ଠିଆ ହୋଇଥିଲା। ଏହି ଦଳ ପ୍ରଥମ ୬୦ ବଲରେ କେବଳ ୭୦ରନ୍ କରିପାରିଥିଲା। ସେହି ସମୟରେ ଦଳକୁ ଜିତିବା ପାଇଁ ୪୦ ବଲରେ ୧୦୨ ରନର ଆବଶ୍ୟକ ଥିଲା ।

ଏହି ମ୍ୟାଚ୍ ଇନଭିନ୍ସିବଲ୍ସ ହାତରୁ ସମ୍ପୂର୍ଣ୍ଣ ଖସିଯିବା ପରି ମନେ ହେଉଥିଲା। ମ୍ୟାଚ୍ ହାତରୁ ଖସି ଯାଉଥିବା ଦେଖି, ପିଚ୍‌ରେ ଉପସ୍ଥିତ ଜୋର୍ଡାନ କକ୍ସ ଏବଂ ସାମ କରାନ ରନର ବର୍ଷା କରିଥିଲେ । ଏମିତି ସନ ମରରିଥିଲେ ଯେ ୧୧ ବଲ ବାକି ଥଶଇ ୧୭୨ ରନର ଏକ ବିଶାଳ ମ୍ୟାଚରେ ବିଜୟ ହାସଲ କରିଥିଲେ । ସାମ କରାନ ୨୪ ବଲ୍‌ରେ ୫୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜୋର୍ଡାନ ୩୨ ବଲରେ ୫୮ ରନ କରି ଦଳକୁ ବିଜୟୀ କରାଇ ଅପରାଜିତ ଫେରିଥିଲେ। ଜୋର୍ଡାନ ଓ କରାନଙ୍କ ଏହି ଇନିଂସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।