ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ, ଚାଲିଗଲା ମହିଳାଙ୍କ ଜୀବନ…

ଜଗତସିଂହପୁର : ଅକ୍ସିଜେନ ଅଭାବରୁ ରୋଗୀ ମୃତ । ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ । ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ମହିଳାଙ୍କ ମୃତ୍ୟୁ ଘଟିଛି । କମଳାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଜଗତସିଂହପୁର ମେଡିକାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 108 ଆମ୍ବୁଲାନ୍ସ ମିଳିନଥିଲା । ଯାହାଫଳରେ ମହିଳାଙ୍କ ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲ ନେବା ପାଇଁ ନୟାନ୍ତ ହୋଇଯାଇଥିଲା। ଶେଷରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଗାଡି ଡାକିଥିଲେ। ହେଲେ ଗୋପାଳସାଗର ଠାରେ ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଗଲା । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜନା ଦେଖି ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।