ବେଙ୍ଗଲ ଫାଇଲ୍ସକୁ ନେଇ ବଢି଼ଲା ବିବାଦ: ଆଜି ଶୁଣାଣି କରିବେ ହାଇକୋର୍ଟ

1 min read

ବେଙ୍ଗଲ ଫାଇଲ୍ସକୁ ନେଇ ବଢି଼ଲା ବିବାଦ। ସ୍ବାଧୀନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ବ୍ୟକ୍ତିତ୍ବ ଗୋପାଳ ମୁଖାର୍ଜୀ ଓରଫ ଗୋପାଳ ପାଠାଙ୍କ ନାତି ଶାନ୍ତନୁ ମୁଖାର୍ଜୀଙ୍କ ଆବେଦନର ଶୁଣାଣି ଆଜି କରିବେ କଲିକତା ହାଇକୋର୍ଟ। ଅଗଷ୍ଟ ୧୯୪୬ରେ କେନ୍ଦ୍ରୀୟ କଲିକତାର ହିନ୍ଦୁମାନଙ୍କ ସୁରକ୍ଷାରେ ସେ ନେଇଥିଲେ ପ୍ରମୁଖ ଭୂମିକା। ବେଙ୍ଗଲ ଫାଇଲ୍ସରେ ଥିବା କିଛି ଦୃଶ୍ୟକୁ ପୁନଃସମ୍ପାଦନ ଓ କିଛି ଦୃଶ୍ୟକୁ କାଟିବା ଲାଗି ଆବେଦନ କରିଛନ୍ତି ଶାନ୍ତନୁ। ଏହି ସଂଗ୍ରାମୀଙ୍କୁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟର ଲୋକଙ୍କ ହତ୍ୟାକାରୀ ବୋଲି ଫିଲ୍ମରେ ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ କରିଛନ୍ତି ଶାନ୍ତନୁ। ପରିବାରର ଅଭିଯୋଗ- ଫିଲ୍ମରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗଣହତ୍ୟା କରିବା ଲାଗି ଗୋପାଳ ପାଠାଙ୍କୁ ଚିତ୍ରଣ କରାଯାଇଛି। ଗୋପାଳଙ୍କ ପରିବାର ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ଦେବାଞ୍ଜନ ମୁଖାର୍ଜୀ। ଜଷ୍ଟିସ ଅମ୍ରିତା ସିହ୍ନାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଗତ ଅଗଷ୍ଟରେ ବେଙ୍ଗଳ ଫାଇଲ୍ସ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀଙ୍କ ନାଁରେ ବାଓବଜାର ଥାନାରେ ଏତଲା ଦେଇଥିଲେ ଶାନ୍ତନୁ। ତାଙ୍କର ଅଭିଯୋଗ ଥିଲା ଫିଲ୍ମ ନିର୍ମାଣ କରିବା ପୂର୍ବରୁ ଗୋପାଳଙ୍କ ସମ୍ପର୍କରେ ଅନୁମତି ନେଇଥିଲେ ଅଗ୍ନିହୋତ୍ରୀ।