ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

1 min read

ଭୁବନେଶ୍ବର : କହି ହେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ। ଛାତ୍ର ସଂସଦ ନିର୍ବାଚନ କରିବାକୁ କହି ଏହାକୁ ଟାଳି ଚାଲିଥିବା ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । କାହିଁକି ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ଆଗଭର ହେଉନାହାଁନ୍ତି ? କାହାକୁ ଡରୁଛନ୍ତି ସରକାର ? କୋଭିଡ୍, ଫାଇଲନ, ଫନି, ହୁଡ ହୁଡ ନାହିଁ । ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟ ନାହିଁ । ତେବେ କାହିଁକି ସରକାର ଛାତ୍ର ସଂସଦ ନିର୍ବାଚନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର ବିଜେଡି । ABVP ଓ ଯୁବ ମୋର୍ଚ୍ଚା ମଧ୍ୟରେ କନ୍ଦଳ ଯୋଗୁଁ କ୍ୟାମ୍ପସ ସୁରକ୍ଷିତ ନୁହେଁ। ନିଜ ଭିତରେ ମାଡ ପିଟ୍ ପାଇଁ ବିଜେପି ସରକାର ଅଡ଼ୁଆରେ ଅଛନ୍ତି । ସରକାର ବିଧାନସଭାରେ ଉତ୍ତର ରଖି କହିଛନ୍ତି କି ବର୍ଷକ ମଧ୍ୟରେ ୧୭ ଜଣ ଛାତ୍ରୀ ବିଭିନ୍ନ ନିର୍ଯାତନାର ଶିକାର ହୋଇଛନ୍ତି । ତା ଭିତରୁ ୬ ଜଣ ଯୌନ ନିର୍ଯାତନା, ୨ଜଣ  ଅସଦାଚରଣ ଓ ୯ ଜଣ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଗତ ୧୫ ମାସରେ କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏପରି ସ୍ଥିତିରେ ବ୍ଯାକଫୁଟରେ ସରକାର । ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ର ବିଜେଡି ଚ୍ୟାଲେଞ୍ଜ କରି କହିଛି କି, ଯଦି ଦମ ଅଛି ୫ରୁ ୭ ଦିନ ଭିତରେ ବିଜ୍ଞପ୍ତି ପ୍ରକାଶ କରନ୍ତୁ । ରଙ୍ଗ ମାରିଥିଲା ବିଜେପି, ଆମେ ଆଇ-କାର୍ଡ ପରିବର୍ତ୍ତନ କରିବୁ । ବାଲେଶ୍ଵରର ମୃତ ଛାତ୍ରୀଙ୍କ ଆଇ କାର୍ଡକୁ ଧରି କ୍ୟାମ୍ପସ ବୁଲିବୁ। ତାଙ୍କୁ ନ୍ୟାଯ ପ୍ରଦାନ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପସିତା ସାହୁ ।