ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

ଆରଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ଜମି ପଟ୍ଟା ମ୍ୟୁଟେଶନ ପାଇଁ ଟଙ୍କା ନେଇ ଧରାପଡ଼ିଲେ ଆରଆଇ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁରର ଆରଆଇ ନଗେନ୍ଦ୍ର ଦାସ ଜମି ପଟ୍ଟା ମ୍ୟୁଟେଶନ ପାଇଁ ପ୍ରାୟ ୭ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ମାଗିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଲାଞ୍ଚ ବାବଦକୁ ୪ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା । ଭିଜିଲାନ୍ସ ଟିମ ଆରଆଇକୁ ଧରିବା ସହ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ।