ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଅଧିନାୟକ ହେଲେ ଗିଲ ଓ ଉପ-ଅଧିନାୟକ ଜାଡେଜା
1 min read
ନନ୍ଦିଘୋଷ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ଘରୋଇ ଟେଷ୍ଟ ସିରିଜରେ ଦଳର ଅଧିନାୟକତ୍ୱ କରିବେ । ଅନ୍ୟପଟେ ଉପ-ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କୁ କରାଯାଇଛି। ସର୍ଫରାଜ ଖାନଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଦେବଦତ୍ତ ପାଡିକ୍କଲ୍ ଏବଂ ଅକ୍ଷର ପଟେଲ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। କରୁଣ ନାୟାର, ସାଇ ସୁଦର୍ଶନ, ଆକାଶଦୀପ ଓ ଅନସୁଲ କମ୍ବୋଜଙ୍କୁ ବାହାର କରାଯାଇଛି ।
ଭାରତର ଟେଷ୍ଟ ଦଳ : ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, କେ.ଏଲ ରାହୁଲ, ଦେବଦତ୍ତ ପାଦିକଲ, ଧ୍ରୁଭ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଜସପ୍ରୀତ ବୁମରା, ଆକ୍ସାର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ, କୁଲଦୀପ ଯାଦବ ଓ ନାରାୟଣ ଜଗଦିଶନ ସ୍ଥାନ ପାଇଛନ୍ତି ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅକ୍ଟୋବର ୨ରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ପ୍ରଶିକ୍ଷକ ଡାରେନ୍ ସାମି ଟିମ୍ ଇଣ୍ଡିଆକୁ ଏକ ସୂକ୍ଷ୍ମ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ନ୍ୟୁଜିଲ୍ୟାଣ୍ଡ ଘରୋଇ ପରିବେଶରେ ଭାରତକୁ ପରାସ୍ତ କରିପାରିବ, ତେବେ ସେମାନେ ମଧ୍ୟ ସେହିପରି କରିପାରିବେ।
ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଦଳ : କେଭ୍ରନ୍ ଆଣ୍ଡରସନ୍, ଆଲିକ୍ ଆଥାନାଜେ, ଜନ୍ କ୍ୟାମ୍ପବେଲ୍, ତେଗନାରାୟଣ ଚନ୍ଦ୍ରପଲ, ସାଇ ହୋପ୍, ଟେଭିନ୍ ଇମଲାଚ୍, ବ୍ରାଣ୍ଡନ୍ କିଙ୍ଗ, ରୋଷ୍ଟନ୍ ଚେଜ୍ (ଅଧିନାୟକ), ଜଷ୍ଟିନ୍ ଗ୍ରିଭ୍ସ, ଖାରି ପିଏରେ, ଜନ୍ ୱାରିକାନ୍, ଆଲଜାରି ଜୋସେଫ୍, ଶେମାର ଜୋସେଫ୍, ଆଣ୍ଡରସନ୍ ଫିଲିପ୍ ଏବଂ ଜୟଡେନ୍ ସିଲ୍ସ।