‘ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ହେବ ଜୋରଦାର ଲଢ଼େଇ’

ଭୁବନେଶ୍ବର : ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ଜୋରଦାର ହେବ ଲଢ଼େଇ। ସୋସିଆଲ ମିଡିଆରେ ସ୍ବରକୁ ଶାଣିତ କରିବ ବିଜେଡି । ମଙ୍ଗ ଧରିବେ ବିଜେଡି ଆଇଟି ଓ ସୋସିଆଲ ମିଡିଆ ସେଲ। ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିଲା। କ୍ଷମତାକୁ ଆସିବା ପରେ ସବୁ ପ୍ରତିଶୃତିକୁ ଭୁଲିଗଲା ଦଳ। ଯାହାକୁ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବ ବିଜେଡି ଆଇଟି ଓ ସୋସିଆଲ ମିଡିଆ ଟିମ୍। କୁଆଡେ ଗଲା ୩୦୦ ୟୁନିଟ ମାଗଣା ବିଜୁଳି, ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ । ୨ କୋଟି ନିଯୁକ୍ତି, ୨ ବର୍ଷରେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ପରି ଅନେକ ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର। ଏସବୁ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ସୋସିଆଲ ମିଡିଆ ଜରିଆରେ ପ୍ରଶ୍ନ କରିବ ବିଜେଡି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି କହୁଛି ଗୋଟିଏ, ହେଲେ କାମ କରୁଛି ଆଉ ଗୋଟେ। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ୧୫ ମାସରେ ବିଜେପି ସରକାର ପ୍ରତି ମୁହଁ ବୁଲାଇଲେଣି ଜନତା। ତେଣୁ ବିଜେପିର ସବୁ ମିଛକୁ ପଦାରେ ପକାଯିବ ବୋଲି କହିଛି ବିଜେଡି। ସୋସିଆଲ ମିଡିଆରେ ବିଜେପିକୁ କଡ଼ା କାଉଣ୍ଟର କରିବାକୁ ପ୍ରସ୍ତୁତ ବିଜେଡି। ଏହାସହ ବିଜେଡି ସରକାରରେ ହୋଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଜନତାକୁ ସଚେତନ କରିବ ଦଳ।