ପୁରୀ ବଡଦାଣ୍ଡରେ ହାତରେ ମଦ ବୋତଲ ଧରି ତିନି ଯୁବକଙ୍କ ହାଇଡ୍ରାମା

ପୁରୀ : ପୁରୀ ବଡଦାଣ୍ଡରେ ହାଇଡ୍ରାମା । ହାତରେ ମଦ ବୋତଲ ଧରି ତିନି ଯୁବକ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଚାରି ଚକିଆ ଗାଡିରେ ତିନି ଜଣ ନିଶାସକ୍ତ ଯୁବକ ନିୟମ ଭାଙ୍ଗି ମରଚିକୋଟ ଛକ ଆଗକୁ ଗାଡି ନେଉଥିଲେ । ତେଣୁ ପୋଲିସ ଅଧିକାରୀମାନେ ଗାଡିଟିକୁ ଅଟକାଇଥିଲେ । ଗାଡି ମଧ୍ୟରୁ ମଦ ବୋତଲ ଜବତ କରିଥିଲା ପୋଲିସ । ଏହି ସମୟରେ ଯୁବକ ମାନେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏସମସ୍ତ ଘଟଣାକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋବାଇଲରେ ଭିଡିଓ କଏଦ କରି ଭାଇରାଲ୍ କରିଥିଲେ। ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।