ଭୁବନେଶ୍ବର : ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ସେ କହିଛନ୍ତି ଆପଣ ଜାଣନ୍ତି ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ । ସତର୍କ ରୁହନ୍ତୁ ।ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି । ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।
ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯୟରର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ।

