ନନ୍ଦିଘୋଷ ବ୍ୟୁରୋ : ବସରେ ଜାଗାକୁ ନେଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଝଗଡା ହେଲା । ପାତିତୁଣ୍ଡ ଏତେ ଜୋରରେ ବଢିଗଲା ଯେ କଥା ମାଆ-ବାପାଙ୍କ ଲାଳନପାଳନ ଯାଏଁ ଚାଲିଗଲା । ଅନ୍ୟ ଲୋକ ବୁଝାଇବା ପରେ ମଧ୍ୟ କଥା କଟାକଟି ଲାଗି ରହିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ବସ ଭିତରେ ଜଣେ ବ୍ୟକ୍ତିଙ୍କୁ ଜଣେ ମହିଳା ଟିକେ ସାଇଡ ହେବାକୁ କହୁଛନ୍ତି । କିନ୍ତୁ ବ୍ୟକ୍ତି ଜଣଙ୍କ ଏହି କଥାରେ ରଗିଯାଇ କହିଛନ୍ତି, ସେ ଠିକ ଛିଡା ହୋଇଛନ୍ତି । ଆଉ ଏଥିରେ କ’ଣ ଅସୁବିଧା ହେଉଛି । ମହିଳା ସିଟ୍ ପାଖରେ ଝିଡା ହୋଇଥିବା ବେଳେ ପୁରୁଷ ଜଣଙ୍କ ଉପରେ ଥିବା ରଡକୁ ଧରି ଛିଡା ହୋଇଛନ୍ତି । ଏତିକି ସମୟରେ ମହିଳା ଜଣଙ୍କ ଟିକେ ଆଗକୁ କି ପଛକୁ ହେବାକୁ କହୁଛନ୍ତି । ଏହି କଥାରେ ପୁରୁଷ ଜଣଙ୍କ ରାଗି ଯାଉଛନ୍ତି । କାରଣ ତାଙ୍କୁ ମହିଳାଙ୍କ କଥା ହେବା ଶୈଳୀ ଠିକ ଲାଗିନଥିଲା ।
ସେ ସଙ୍ଗେସଙ୍ଗେ ଉତ୍ତର ଦେଇଥିଲା । ମହିଳା ବସ୍ ଭିତରେ ଫାଇଦା ଉଠାଉଛନ୍ତି । ସେମାନେ ପ୍ରତ୍ୟେକ ପୁରୁଷଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି କରୁଛନ୍ତି । ମାମଲା ଏତେ ଆଗକୁ ବଢିଗଲା ଯେ ବାପା-ମାଆ ଲାଳନ ପାଳନ ପର୍ଯ୍ୟନ୍ତ ପହଞ୍ଚିଗଲା । କିଛି ଲୋକ ଦୁଇ ଜଣଙ୍କୁ ଚୁପ ରହିବା ପାଇଁ କହିଥିଲେ । କିଛି ସମୟ ପରେ ପୁରୁଷ ଜଣଙ୍କ ଆଗକୁ ଯାଇ ଛିଡା ହୋଇଥିଲେ ମଧ୍ୟ ପାଟି ଚୁପ୍ କରିନଥିଲେ । ୧ ମିଟନ ୪୩ ସେକେଣ୍ଡର ଭିଡିଓ ରେ ଦୁଇ ଜଣଙ୍କ ଝଗଡା ଦେଖଇବାକୁ ମିଳିଥିଲା । ସିଟ କି ଟିକେଟ ପାଇଁ ନୂହେଁ ଟିକେ ସାଇଡ ହେବାକୁ ନେଇ ଏହି ଝଗଡା ଦେଖିବାକୁ ମିଳିଥିଲା ।
We need to stand up for ourselves same like him💪
Victim card very well played by that women🤡
-aunty ko space chahiye public transport me
-aunty ko bete ke liye bhi seat reserve chahiye
-aunty ko tu karke baat krne ki azadi chahiye
-aunty ko koi na toke uski azadi chahiye pic.twitter.com/ow15Sq4iaB— ShoneeKapoor (@ShoneeKapoor) October 27, 2025
@ShoneeKapoor ନାମକ ଏକ ପେଜ୍ ଦ୍ୱାରା X ରେ ସେୟାର କରାଯାଇଥିବା ଏହି ଭାଇରାଲ ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣଇ । ଅନେକ ଲୋକ ପବ୍ଲିକ ଟ୍ରାନ୍ସପୋର୍ଟରେ ଭିକ୍ଟିମ୍ କାର୍ଡ ଖେଳିବା ନେଇ ମହିଳାମାନଙ୍କୁ ଅଭିଯୋଗ କରିଥିଲେ, ଯେତେବେଳେ ଅନ୍ୟମାନେ ମହିଳାଙ୍କ ପକ୍ଷ ନେଇଥିଲେ।
ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, “ଏହା ପବ୍ଲିକ୍ ଟ୍ରାନ୍ସପୋର୍ଟ, ତୁମର ବସବାସ ଘର ନୁହେଁ। ସମସ୍ତଙ୍କୁ ଆଡଜଷ୍ଟ ହେବାକୁ ପଡିବ।” ଆଉ ଜଣେ ଲେଖିଛନ୍ତି, “ପିଡିତ ବ୍ୟକ୍ତିଙ୍କ କଥା କିଏ ଶୁଣେ?”

