ବ୍ରହ୍ମପୁର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବଡ଼ ଅପଡେଟ୍। ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଗିରଫ। ନେପାଳ ସୀମାକୁ ଲାଗିଥିବା ଉତ୍ତରାଖଣ୍ଡରୁ କରାଯାଇଛି ଗିରଫ। କେଳେଙ୍କାରୀ ଘଟଣାରେ ଗିରଫଙ୍କ ସଂଖ୍ୟା ୧୦କୁ ବୃଦ୍ଧି। ଘଟଣା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ କୌଣସି ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରିଥିଲା। ଗିରଫ ପରେ ଟିମ୍ ଶଙ୍କରକୁ ଧରି ଟିମ୍ ଓଡିଶା ଆସୁଥିବା ସୂଚନା ମିଳିଛି। ୯୩୩ ପୋଷ୍ଟ ଲାଗି ଗତ ମାର୍ଚ୍ଚ ୮ ଓ ୯ରେ ପରୀକ୍ଷା ହେବା ଲାଗି ତାରିଖ ସ୍ଥିର ହୋଇଥିଲା। ମାତ୍ର ଜାଲିଆତି ଜଣାପଡ଼ିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ପୁଣି ବାତିଲ ହୋଇଥିଲା। ଗତ ସେପ୍ଟେମ୍ବର ୨୯ରେ ଆନ୍ଧ୍ର ଶ୍ରୀକାକୁଲମରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ଧରିଥିଲା ଓଡ଼ିଶା ପୋଲିସ । ପରେ ୩୦ରେ ପରୀକ୍ଷା ହୋଇଥିଲା ବାତିଲ।
ଏନେଇ ସେପ୍ଟେମ୍ବର ୩୦ରେ ଗୋଳନ୍ଥରା ଥାନାରେ ୩୧୯(୨), ୩୧୮(୪), ୩୩୮, ୩୩୬(୩) ଅନୁସାରେ ୩୪୦(୨), ୧୧୧, ୬୧(୨), ୩(୫) ଅନୁସାରେ ମାମଲା ରୁଜୁ ହୋଇଥିଲା। ଗତ ଅକ୍ଟୋବର ୪ରେ ବାରଙ୍ଗ ବିଦ୍ୟାଧରପୁରର ଚତୁର୍ଥ ଦଲାଲ ବିଶ୍ଵରଂଜନ ବେହେରା ହୋଇଥିଲା ଗିରଫ । ଅକ୍ଟୋବର ୫ରେ ପଞ୍ଚମ ଦଲାଲ ଅରବିନ୍ଦ ଦାସ ହୋଇଥିଲା ଗିରଫ। ଅକ୍ଟୋବର ୬ରେ ବାଲେଶ୍ବର ରଣସାହି ପଞ୍ଚାୟତର ଷଷ୍ଠ ଦଲାଲ ଚନ୍ଦନ ମଲ୍ଲିକ ହୋଇଥିଲା ଗିରଫ। ଗତ ଅକ୍ଟୋବର ୨୯ରେ ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଥିଲା। ଶେଷରେ ନଭେମ୍ବର ୧ରେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ ହୋଇଛି ଶଙ୍କର ପୃଷ୍ଟି।

