ନୂଆପଡ଼ା : ନୂଆପଡା ପରକୋଡ଼ରେ ଆୟୋଜିତ ସାଧାରଣ ସଭାରୁ ଶାସକ ଦଳକୁ ନବୀନଙ୍କ କଡ଼ା ସମାଲୋଚନା । କହିଲେ ମିଛ ପ୍ରତିଶ୍ରୁତିର ଏ ସରକାର। ୫ଶହ ଦିନର ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି। ସରକାର ଦେଇଥିବା ପ୍ରତିଶ୍ରୁତ ପୂରଣ କରିନାହାନ୍ତି। କୁଆଡ଼େ ଗଲା ସରକାରଙ୍କ ପ୍ରତିଶ୍ରୁତି ବୋଲି ପଚାରିଛନ୍ତି ନବୀନ। ଏବେ ରାଜ୍ୟରେ ବିକାଶ ପୂରା ବନ୍ଦ ହୋଇଯାଇଛି। ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି ନବୀନ। ୩୦୦ ୟୁନିଟ ମାଗଣା ବିଜୁଳି ମିଳିଛି କି ବୋଲି ପଚାରିଲେ ନବୀନ। କେବେ ମିଳିବ ସମସ୍ତଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ ? ଯୁବକଙ୍କୁ ଚାକିରି ଓ ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି ? କଟନି ଛଟନି ବନ୍ଦ ହେଲା କି ? ମିଳିଛି ତେ କେବଳ ଧୋକା ଧୋକା ଆଉ ଡବଲ ଧୋକା। ବିଏସକେଓ୍ବାଇରେ ସମସ୍ତଙ୍କୁ ସୁବିଧା ମିଳୁଥିଲା କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ସରକାର ଭୋଟ ଚୋରି କରିକି ସରକାର କରିପାରିବେ, ପ୍ରାର୍ଥୀ ବି ଚୋରି କରିପାରିବେ କିନ୍ତୁ ଭୋଟ ପାଇବେ ନାହିଁ। ଆପଣ ଓ ମୋ ସହ ବିଜେପି କେମିତି ବେଇମାନି କରିଛି ଆପଣ ଜାଣିଛନ୍ତି। ଏଥିପାଇଁ ବିଜୁ ମହିଳା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ୧୧ ତାରିଖରେ ଭୋଟରେ ଆପଣ ଏହାର ଜବାବ ଦେବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ।

