spot_img

Latest Posts

ଦିଲ୍ଲୀ କାର ବିସ୍ଫୋରଣ ଘଟଣା : ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ୟାଳୟ ନାଁରେ ରୁଜୁ ହେଲା ମାମଲା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ଯାଳୟ ବିରୋଧରେ ରୁଜୁ ହେଲା ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ଏଫଆଇଆର। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହରିୟାଣାର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ କରିଛି। ଏଫଆଇଆର ରୁଜୁ ପରେ ବିଶ୍ଵବିଦ୍ୟାଳୟର ବଢିଛି ଅଡୁଆ। ପୂର୍ବରୁ ଏହି ବିଶ୍ଵବିଦ୍ୟାଳୟର ସଦସ୍ୟତା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ AIU ଦ୍ୱାରା ପୂର୍ବରୁ ରଦ୍ଦ କରାଯାଇଛି। ଗୋଟିଏ ଏଫଆଇଆର ଠକେଇ ଅଭିଯୋଗ ସହିତ ଜଡିତ ଥିବା ବେଳେ ଦ୍ୱିତୀୟଟି ଜାଲିଆତି ଜଡିତ ଧାରାରେ ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଅଭିଯୋଗ ପରେ ଏହି ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟକୁ ଏକ ନୋଟିସ ଜାରି କରିଛି। ଗତ ସପ୍ତାହରେ ଠାବ ହୋଇଥିବା ହ୍ଵାଇଟ କଲାର ଆତଙ୍କୀ ମଡ୍ୟୁଲ ଲିଙ୍କରେ ଅନେକ କାଗଜପତ୍ର ମାଗିଛି। ଏହି ମଡ୍ୟୁଲକୁ ପାକିସ୍ତାନର ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସମର୍ଥନ କରୁଥିବା ଜଣାପଡିଛି।

Latest Posts

Don't Miss