ନନ୍ଦିଘୋଷ ବ୍ୟୁରାେ : ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ଗତବର୍ଷ ଶିମିଳିପାଳରେ ୨୭ଟି ବାଘ ଥିବାବେଳେ, ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୨ରେ ପହଞ୍ଚିଛି । ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା । ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି । ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ, ବ୍ୟାଘ୍ର ସର୍ଭେ ରିପୋର୍ଟ ୨୦୨୬ ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟ କ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି । ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ ରୁ ୨୦୧୮ ମଧ୍ୟରେ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ୭୫ ପ୍ରତିଶତ ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ ।

