ନନ୍ଦିଘୋଷ ବ୍ୟୁରୋ : ଯଦି କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଲାଗି ହାଇକମାଣ୍ଡ ନିଷ୍ପତ୍ତି ନିଅନ୍ତି ତେବେ ତାହାକୁ ମାନିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଘନିଷ୍ଠ ସହଯୋଗୀ ତଥା ଗୃହ ମନ୍ତ୍ରୀ ଜି. ପରମେଶ୍ବରମ। ଏକ ସାକ୍ଷାତକାରରେ ସେ କହିଛନ୍ତି- ଯଦି ସେ ନିଜେ ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଅଛନ୍ତି କି ବୋଲି କେହି ପ୍ରଶ୍ନ କରନ୍ତି ତେବେ ସେ ହଁ କହିବେ। ତେବେ ଯଦି କ୍ଷମତା ଅଦଳବଦଳ କରାଯାଏ ଏବଂ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ତାହାକୁ ସେ ଗ୍ରହଣ କରିବେ। ସେ ଆହୁରି କହିଛନ୍ତି- ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବି ମୁଖ୍ୟମନ୍ତ୍ରୀ ହେବା ଲାଗି ଯୋଗ୍ୟ ପ୍ରାର୍ଥୀ। ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦ୍ବ ରହିଛି ବୋଲି ସ୍ବୀକାର କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଏହା ସହ ଦଳରେ ରହିଥିବା ଦ୍ବନ୍ଦ୍ବ ଦୂର ଲାଗି ସେ ହାଇକମାଣ୍ଡଙ୍କୁ ଅନୁରୋଧ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ତାଙ୍କ ସମର୍ଥକ ହାଇକମାଣ୍ଡଙ୍କ ନିକଟରେ ଚାପ ପକାଉଥିବାବେଳେ ଦ୍ବନ୍ଦ୍ବ ବିଷୟ ଉଲ୍ଲେଖ କରିଥିଲେ ସିଦ୍ଦରମୈୟା। ଗତକାଲି ଶିବକୁମାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମେସେଜ ପଠାଇଥିଲେ। ଅପେକ୍ଷୀ କରନ୍ତୁ, ମୁଁ ଫୋନ କରିବି ବୋଲି ରାହୁଲ କହିଥିବା ଜଣାଯାଇଛି।

