spot_img

Latest Posts

ଚାଷ କରି ଲକ୍ଷପତି ପ୍ରଦୀପ, ୪ ଜଣଙ୍କୁ ଦେଇଛନ୍ତି ରୋଜଗାର

ଆନନ୍ଦପୁର : ରୋଜଗାର ପାଇଁ କେବଳ ଚାକିରୀ ଯେ ଏକ ମାଧ୍ୟମ ତାହା ନୁହେଁ । ଚାଷକୁ ଆପଣେଇ ମଧ୍ୟ ସ୍ବାବଲମ୍ବୀ ହୋଇ ପାରିବେ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଘସିପୁ୍ରା ବ୍ଲକ ଅଳତୀ ପଞ୍ଚାୟତ ରାଇତଳା ଗାଁର ପ୍ରଦୀପ କୁମାର ରଣା । ସେ ନିଜସ୍ଵ ଉଦ୍ୟମରେ ପୋଖରୀରେ ମାଛ ଚାଷ କରିବା ସହ ଛେଳି, କୁକୁଡା, ବତକ ରଖିଛନ୍ତି । ଖାଲି ଏତିକି ନୁହେଁ ୩ ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ସହ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଏଥିସହ ଚାରି ଜଣ ଲୋକଙ୍କୁ ରୋଜଗାର ଦେଇପାରିଛନ୍ତି ।…

ପ୍ରଦୀପଙ୍କ ଫାର୍ମରୁ ଦୈନିକ ୮ରୁ ୧୦ କେଜି ପାଳ ଛତୁ ବାହାରୁଛି । ସ୍ଥାନୀୟ ଅଞ୍ଚଳ ଲୋକେ ପ୍ରଦୀପଙ୍କ ଫାର୍ମକୁ ଆସି ଆମିଷ ହେଉ ବା ନିରାମିଷ ଜିନିଷ ଉଚିତ ଦାମରେ ନେଉଯାଉଛନ୍ତି । ଏ ସମସ୍ତ ଚାଷ ପାଇଁ ପ୍ରଦୀପଙ୍କୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳିଥିଲେ ସୁଦ୍ଧା ତାହା ପର୍ଯ୍ୟାପ୍ତ ନୁହେଁ । ଆଗକୁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ମିଳିଲେ ଏକ ଧଳା ଘୁଷୁରୀ ଫାର୍ମ କରିବାକୁ ଲକ୍ଷ୍ଯ ରଖିଥିବା ପ୍ରଦୀପ କହିଛନ୍ତି। ପ୍ରଦୀପ ସମନ୍ଵିତ ଚାଷ କରି ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Latest Posts

Don't Miss