spot_img

Latest Posts

ପ୍ରସ୍ତୁତ କଟକ ବାରବାଟୀ: ୯ରେ ହେବ ଚୌକା, ଛକା ବର୍ଷା

ପ୍ରସ୍ତୁତ କଟକ ବାରବାଟୀ । ୯ରେ ହେବ ଚୌକା ଛକା ବର୍ଷା । ସିରିଜର ପ୍ରଥମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରେଡ ସଏଲ ଫିଲ୍ଡରେ ହାଇସ୍କୋର ମ୍ୟାଚ ଦେଖିବେ ଦର୍ଶକ । ୮ରେ ଉଭୟ ଦଳର ଅଭ୍ଯାସ । ସୁରକ୍ଷା ପାଇଁ ଭୁବନେଶ୍ବରରୁ କଟକ ଯାଏଁ କାରକେଡ୍ ରିହର୍ସାଲ । ଆଉ ଦୁଇଦିନ ପରେ କଟକରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ଟି-ଟ୍ବେଣ୍ଟି ମ୍ୟାଚ । ହାତରେ ଟିକେଟ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ଦେଶ ବିଦେଶରୁ ଦର୍ଶକ କଟକ ଆସିବେ । ଏଥିପାଇଁ ଷ୍ଟାଡିୟମ ଠାରୁ ହୋଟେଲ ଚାରିଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଞ୍ଚିଛି । ତେଣୁ ସୁରକ୍ଷାକୁ ନେଇ ସଜାଗ ପୋଲିସ ଓ ଅଗ୍ନିଶମ ବାହିନୀ । ଅଧିକାରୀଙ୍କ ସହ ଷ୍ଟାଡିୟମ ବୁଲି ସ୍ଥିତି ଅନୁଧ୍ଯାନ କରିଛନ୍ତି ଅଗ୍ନୀଶମ ଡିଜି । ଷ୍ଟାଡିୟମର ଭିଭିଆଇପି ଷ୍ଟାଣ୍ଡ, ଓସିଏ ବକ୍ସ, ବିଭିନ୍ନ ଗ୍ୟାଲେରୀ ଓ ପଡିଆ ବୁଲି ତନ୍ନତନ୍ନ ଯାଞ୍ଚ କରିଛନ୍ତି । ସୁରକ୍ଷା ବଳୟରେ ରହିବ କଟକ ବାରବାଟୀ ଷ୍ଟାଡିୟମ ।

ଦକ୍ଷିଣ ଆଫ୍ରିକାର ୫ ଜଣିଆ ଟିମ୍ ଭୁବନେଶ୍ବର ପହଞ୍ଚି ସାରିଛନ୍ତି । ୭ ତାରିଖରେ ଉଭୟ ଟିମର ଖେଳାଳି ପହଞ୍ଚିବା ପରେ ୮ ତାରିଖରେ ଅଭ୍ୟାସ କରିବେ । ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରାକ୍ଟିସ କରିବେ । ଖେଳାଳିଙ୍କ ଯିବା ଆସିବା ପାଇଁ ଭୁବନେଶ୍ଵର ମେ ଫେୟାର ହୋଟେଲରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ କାରକେଟ୍ ରିହର୍ସାଲ କରାଯାଇଛି । ଅପରାହ୍ନ ଦୁଇଟାରୁ ଏହି କାରକେଟ୍ ହୋଟେଲରୁ ବାହାରି ଦୁଇଟା ୪୫ ମିନିଟରେ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲା । ଠିକ ଏକ ଘଣ୍ଟା ପରେ କାରକେଟ ଭୁବନେଶ୍ବର ଫେରିଥିଲା । ରାସ୍ତାସାରା ପୋଲିସ ଓ ଟ୍ରାଫିକ ପୋଲିସ ମୁତୟନ ହୋଇଥିଲେ । ୯ ତାରିଖରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦୁଇଦଳର ଅଭ୍ୟାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ।

Latest Posts

Don't Miss