ଭୁବନେଶ୍ବର : ଫମ୍ପା ମାଠିଆର ଶବ୍ଦ ବେଶୀ। ଲୋକଙ୍କ ସରକାର ଲୋକଙ୍କ ବିକାଶରେ ବିଫଳ। ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ ବିନିଯୋଗ ବିଲ ଆଲୋଚନା ବେଳେ ସରକାରଙ୍କ ଏଭଳି କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ରାଜ୍ୟବାସୀ କହୁଛନ୍ତି ଯେ ଲୋକଙ୍କ ବିକାଶ ପାଇଁ ବଜେଟରେ କିଛି ରଖିନାହାନ୍ତି ରାଜ୍ୟ ସରକାର। ଏଥିପାଈଁ କେବଳ ସେ ନୁହଁ ସାରା ରାଜ୍ୟବାସୀ ଦୁଃଖିତ। ଏହା ଦୁର୍ଭାଗ୍ୟଜନକ। ଲୋକଙ୍କ ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରନ୍ତୁ ସରକାର। ହେଲେ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ଅବହେଳା କରିଆସୁଛନ୍ତି । ବିଫଳତାକୁ ନେଇ ସରକାର ସନ୍ତୁଷ୍ଟ ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ।

