ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବ। ବଢ଼ିଲା ପାରଦ, ଶୀତରେ ଥରିଲା ଓଡ଼ିଶା। ରାଜ୍ୟର ୮ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଅପେକ୍ଷା ରାଜ୍ୟରେ ହ୍ରାସ ପାଇଛି ତାପମାତ୍ରା। ଆହୁରି ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ। ଥୁଆମୁଳ ରାମପୁରରେ ୫.୭, ଫୁଲବାଣୀରେ ୬, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୭, ରାଉରକେଲାରେ ୮.୨, ଝାରସୁଗୁଡାରେ ୮.୯, ଭବାନୀପାଟଣା ୯, ଅନୁଗୁଳରେ ୯.୬ ଓ ବୌଦ୍ଧ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ ହୋଇଛି।

