spot_img

Latest Posts

ମରଣଯନ୍ତା ପାଲଟିଛି ସହର ରାସ୍ତା: ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ

ମରଣଯନ୍ତା ପାଲଟିଛି ସହର ରାସ୍ତା । ସବୁଠି ଖାଲଖମା, ସବୁଠି ଉଠିଲାଣି ପିଚୁ । ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ରାଉରକେଲା ପାନପୋଷ ଛକ ଠାରୁ ଉଦିତନଗର ଛକ ପର୍ଯ୍ୟନ୍ତ ନବନିର୍ମିତ ହୋଇଥିବା ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଥିବାରୁ ବାଧାପ୍ରାପ୍ତ ହେଉଛି ଯାତାୟାତ । ରାସ୍ତାରୁ ଗୋଡ଼ି ଉଠିଯାଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଖାଲି ଏହି ଗୋଟିଏ ରାସ୍ତା ନୁହେଁ ସ୍ମାର୍ଟ ସିଟି ରାଉରକେଲାର ବିଶ୍ରା ଛକ ଠାରୁ ବନ୍ଧମୁଣ୍ଡା ରାସ୍ତା ସହ ସହରର ଅଧିକାଂଶ ରାସ୍ତା ନିମ୍ନମାନର କାମ ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାଉରକେଲା ସହରର ସମସ୍ତ ଖାଲଖମା ଓ ଗର୍ତ୍ତ ସୃଷ୍ଟି ହୋଇଥିବା ରାସ୍ତା ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧ ମରାମତି କରିବା ପାଇଁ ରାଉରକେଲା ମହାନଗର ନିଗମ କମିଶନର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାମ ସମୟରେ ଲୋକଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ରାସ୍ତା ଖୋଳି କୈଣସି କାମ ଆରମ୍ଭ କରିବା ପୂର୍ବରୁ ଅନୁମତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ୨୦୨୬ ମାର୍ଚ୍ଚ ସୁଦ୍ଧା ରାଉରକେଲା ସହରର ସମସ୍ତ ରାସ୍ତା ଗୁଡିକୁ ମରାମତି କରିବା ସହ ରାସ୍ତାକୁ ଗର୍ତ୍ତମୁକ୍ତ କରିବାକୁ କୁହାଯାଇଛି । ରାଉରକେଲା ସହରରେ ବିଭିନ୍ନ ବିଭାଗରେ ନିମ୍ନ ମାନର ରାସ୍ତା କାମ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦାରଖ ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Latest Posts

Don't Miss