ସମ୍ବଲପୁର : ଆଜି ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ହୋଇଛନ୍ତି ଅନ୍ନଦାତା। ଏବେ ତେଜିଛି ଅସନ୍ତୋଷ। ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ। ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ। ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି ବନ୍ଦ ପାଳନ। ବନ୍ଦ୍ ପାଳନରେ ସ୍ଵତଃପ୍ରବୃତ ଭାବେ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା। ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ।

