ଦିଗପହଣ୍ଡି : ମାଆଙ୍କ ଦ୍ବାଦଶାହ ଦିନରେ ଚାଲିଗଲା ଘରର ବଡ ପୁଅ। ଏଭଳି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗାଁରେ। ମାଆଙ୍କ ବାରପତ୍ର ଦେଇ ଘରକୁ ଫେରୁଥିବାବେଳେ ଟଳିପଡିଲେ ପୁଅ। ତିତିଖଣ୍ଡି ଗାଁର ମାଆ ଏନ.ସଜନୀଙ୍କ ଆଜକୁ ବାର ଦିନ ହେବ ମୃତ୍ୟୁ ହୋଇଥିଲା। ବଡ ପୁଅ ଏନ କୈଳାସ ମା ଙ୍କ କ୍ରିୟା କର୍ମ ବାର ଦିନ ହେଲା କରି ଆସୁଥିଲେ। ସମସ୍ତ ରୀତି କାନ୍ତି ଅନୁଯାୟୀ ମା ଙ୍କ ବାର ଦିନ କର୍ମ ସାରିଥିଲେ। ଆଜି ଯେତବେଳେ ବାର ପତ୍ର ପଡ଼ିବା ପରେ ବଡ ପୁଅ ଅଚାନକ ଟଳି ପଡିଥିଲେ ପରିବାର ଲୋକ ପୁଅ କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ପୁଅ ଏନ.କୈଳାଶ କୁ ମୃତ ଘୋଷଣା କରିଛନ୍ତି ।ଉଭୟ ମାଆ,ପୁଅଙ୍କ ମୃତ୍ୟୁ ଖବରକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

