spot_img

Latest Posts

ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ, ଦୁଇ ଦେଶ ମଧ୍ଯରେ କୂଟନୈତିକ ଉତ୍ତେଜନା ଜାରି

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ। ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବଢୁଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ଉତ୍ତେଜନା ଜାରି ରହିଛି। ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କ ଦୋମୁହାଁ ନୀତି ହିଁ ଭାରତ ଲାଗି ସବୁଠାରୁ ଅଧିକ ବିପଦ ସୃଷ୍ଟି କରୁଛି। ଉଗ୍ରବାଦୀ ସଂଗଠନକୁ ତୋଷଣ କରିବା ଲାଗି ସେ ଦେଶରେ ହିଂସା ରୋକିବାରେ ଅକ୍ଷମ ବୋଲି ଚର୍ଚ୍ଚା ହେଉଛି। ବାଂଲାଦେଶ ଜମାତ-ଇ-ଇସଲାମି, ଇସଲାମି ଛାତ୍ର ଶିବିର, ଅନସୁରୁଲ୍ଲା ବାଂଲା ଟିମ୍, ହିଜବ ଉତ ତାହିର, ଇସଲାମି ଆନ୍ଦୋଳନ ବାଂଲାଦେଶ ଆଦି ସଂଗଠନ ସହ ୟୁନୁସ ହାତ ମିଳାଇଥିବା ସୂଚନା ମିଳୁଛି। ସେପଟେ ଦୁଇ ଦେଶ ମଧ୍ୟରେ ସ୍ଥିରତା ରକ୍ଷା ଲାଗି ଦୁଇ ଦେଶର ସେନାମୁଖ୍ୟମାନେ ଆଲୋଚନା କରିଥିବା ସୂଚନା ମିଳିଛି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ କହିଛନ୍ତି- ଭାରତର ସେନାମୁଖ୍ୟ ସେ ଦୁଇ ଦେଶ ମଧ୍ୟରେ ସ୍ଥିରତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହ ଶାନ୍ତି ରକ୍ଷା କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଭାରତ ବିରୋଧୀ ନେତା ଶରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା ସୃଷ୍ଟି ହୋଇଥଇଲା। ବିଶେଷ କରି ଶେଖ ହସିନା ସରକାରର ପତନ ପରଠାରୁ ବାଂଲାଦେଶରେ ହିନ୍ଦୁ ବିରୋଧୀ ମନୋଭାବ ବଢୁଥିବାରୁ ଭାରତ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ବାଂଲାଦେଶରେ ଘଟୁଥିବା ହିଂସାକୁ ସାଧାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଚଟ୍ଟୋଗ୍ରାମସ୍ଥିତ ଭାରତର ସହକାରୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ଯାଳୟ ଉଫରେ ଆକ୍ରମଣ ଘଟଣାକୁ ସହଜ ଭାବେ ଗ୍ରହଣ କରାଯାଇପାରିବା ନାହିଁ। ବିଶେଖ କରି ଜମାଏତ-ଇ-ଇସଲାମି ସହ ସମ୍ପର୍କିତ ସଂଗଠନଗୁଡିକ ଜରିଆରେ ଭାରତ ବିରୋଧୀ ହିଂସା ଜାରି ରହିଛି।

Latest Posts

Don't Miss