spot_img

Latest Posts

ସୁଧୁରୁନି ଗାଜା ସ୍ଥିତି : ଜୁଲାଇ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଗଲାଣି ୧ ହଜାରରୁ ଅଧିକ ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧର ୨ ବର୍ଷ ପରେ ବି ସୁଧୁରୁନି ଗାଜା ସ୍ଥିତି। ଗତ ଜୁଲାଇ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଗାଜାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ୧୬ ହଜାର ୫୦୦ରୁ ଅଧିକ ରୋଗୀ ଜୀବନ ମରଣ ସହ ଲଢୁଛନ୍ତି ବୋଲି କହିଛି ସଂଗଠନ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଅନ୍ୟତ୍ର ନ ନିଆଗଲେ ସ୍ଥିତି ଅଧିକ ସଂଗୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ୧୬ ହଜାର ୫୦୦ ନୁହେଁ ବରଂ ଏହି ସଂଖ୍ୟା ୪ ଗୁଣ ହେବ ବୋଲି କହିଛି ଡକ୍ଟର୍ସ ଉଇଦଆଉଭ ବର୍ଡର୍ସ। ରୋଗୀମାନେ ଔଷଧ ନପାଇ ହାହାକାର ମଧ୍ୟରେ ଗତି କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡରସ ଅଧନମ ଘେବ୍ରିସିୟସ କହିଛନ୍ତି ୨୦୨୨ରେ ଯୁଦ୍ଧ ଆରମ୍ଭ ପରଠାରୁ ୧୦ ହଜାର ୬୦୦ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ ହଜାର ଶିଶୁ। ଯଦି ରୋଗୀଙ୍କ ଲାଗି ତୁରନ୍ତ ଔଷଧ ବ୍ୟବସ୍ଥା ନକରାଯାଏ ତେବେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛଇ। ଡିସେମ୍ବର ୧ ଯାଏ ପ୍ରାୟ ୩୦ ରାଷ୍ଟ୍ର ଗାଜାର ବହୁ ରୋଗୀଙ୍କୁ ନିଜ ନିଜ ଦେଶକୁ ନେଇଛନ୍ତି। ମାତ୍ର ଇଜିପ୍ଟ ଓ ୟୁଏଇ ବହୁ କମ୍ ସଂଖ୍ୟକ ରୋଗୀଙ୍କୁ ନିଜ ଦେଶକୁ ନେଇଛନ୍ତି।

Latest Posts

Don't Miss