spot_img

Latest Posts

ଓଡ଼ିଶା ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର କରିବାକୁ ପିସିସି ସଭାପତିଙ୍କ କର୍ମୀଙ୍କୁ ଆହ୍ବାନ

ଓଡ଼ିଶା ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର କରିବାକୁ ପିସିସି ସଭାପତିଙ୍କ କର୍ମୀଙ୍କୁ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ ଜୋରଦାର ଲଢ଼େଇ କରିବାକୁ କଂଗ୍ରେସ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ଅବସରରେ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । ଭୁବନେଶ୍ଵର କଂଗ୍ରେସ ଭବନରେ ଦଳର ୧୪୦ତମ ପ୍ରତିଷ୍ଠା ଦିବସରେ ଭକ୍ତ ଦାସ ଦଳର ପତାକା ଉତ୍ତୋଳନ କରିଥିଲେ ।

ସେ ଅଭିଯୋଗ କରିଛନ୍ତି, ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଅବସ୍ଥା ଆହୁରି ଖରାପ ହୋଇଛି । ଓଡ଼ିଆ ଅସ୍ମିତାର କଥା କହି ବିଜେପି ସରକାରକୁ ଆସିବା ପରେ ଓଡ଼ିଶାରେ ନାରୀ ନିର୍ଯାତନା ବଢ଼ିଛି । ମହାନଦୀ ଜଳ ପ୍ରସଙ୍ଗରେ ଟ୍ରିପଲ ଇଞ୍ଜିନ୍ ସରକାର ଓଡ଼ିଶା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ଧାନ ସଂଗ୍ରହ ପ୍ରକିୟା ଏକ ପ୍ରହସନରେ ପରିଣତ ହୋଇଛି । ଦେଢ ବର୍ଷରେ ସରକାର ଶୂନ୍ୟ । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠାରେ କଂଗ୍ରେସର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ । ଶ୍ରେଷ୍ଠ ସମ୍ବିଧାନ ଗଠନ  ମଧ୍ୟ କଂଗ୍ରେସ କରିଥିଲା । କିନ୍ତୁ ଆଜି ଦେଶରେ ଗଣତନ୍ତ୍ର ବଦଳରେ ଫାଶୀବାଦର ପ୍ରଚଳନ ଚାହୁଁଛି ବିଜେପି ସରକାର । ଗଣତାନ୍ତ୍ରିକ ଅନୁଷ୍ଠାନକୁ ପଙ୍ଗୁ କରାଯାଇଛି । ଧର୍ମକୁ ନେଇ ରାଜନୀତି କରୁଛି । ସିବିଆଇ ଓ ଇଡି ପରି ସଂସ୍ଥାକୁ ହାତ ବାରିସି କରି ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି । ଏପରିକି ନିର୍ବାଚନ କମିଶନଙ୍କ ପରି ନିରପେକ୍ଷ ସଂସ୍ଥାକୁ ପଙ୍ଗୁ କରି ଦେଲେଣି କେନ୍ଦ୍ର ସରକାର ।

ଆଗକୁ ସେ କହିଛନ୍ତି, ଭୋଟ ଚୋରି କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ଖସୁଛି ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ୯୦ ଟପିଲାଣି ଟଙ୍କାର ମୂଲ୍ୟ । ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ ଆଗକୁ କଂଗ୍ରେସ ଜୋରଦାର ଲଢ଼େଇ କରିବ ବୋଲି କହିଛନ୍ତି ଭକ୍ତ ।

Latest Posts

Don't Miss