spot_img

Latest Posts

ପୁରୀରେ ଜମିଲାଣି ପର୍ଯ୍ଯଟକଙ୍କ ଭିଡ଼, ପୋଲିସ ଓ ରେଲୱେ ପକ୍ଷରୁ ବ୍ଯାପକ ବ୍ଯବସ୍ଥା

ପୁରୀ : ନୂଆବର୍ଷ ପାଇଁ ଏବେଠାରୁ ପୁରୀରେ ବଢ଼ିବାରେ ଲାଗିଛି ଭିଡ଼ । ଆସନ୍ତା ୩୧ ଓ ୧ ତାରିଖରେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା । ସହର ମୁଖ୍ୟ ପ୍ରବେଶ ପଥରେ ଚେକିଂକୁ କଡାକଡି କରାଯିବ । ଭୁବନେଶ୍ୱରରୁ ଆସୁଥିବା ଗାଡ଼ି ଜେଲ୍ ରୋଡ ପାର୍କିଂ କରିବେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ରହିବ ଓ ବ୍ରହ୍ମଗିରିରୁ ଆସୁଥିବା ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବ । ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକଠାରୁ ନୋ ଭହିକିଲ ଜୋନ ହେବ । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ରହିବେ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ କଡାକଡି କରାଯିବ । ମଦ୍ଯପ ଡ୍ରାଇଭର ଓ ଅପରାଧ ଉପରେ ରହିବ ନଜର । ସୁରକ୍ଷା ଦୃଷ୍ଟିରୁ ସହରରେ ୬୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ଟ୍ରେନ ଯାତ୍ରୀଙ୍କ ପାଇଁ GRP, RPF ଓ ଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଦାୟ ନେବ ୨୦୨୫ । ନୂଆ ଆଶା ନେଇ ଆସିବ ୨୦୨୬ । ମହାପ୍ରଭୁଙ୍କ ଆଶିଷ ନେଇ ନୂଆବର୍ଷକୁ ଆରମ୍ଭ କରିବେ ଶ୍ରଦ୍ଧାଳୁ । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ଜାରି ରହିଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ସମୁଦ୍ର ବେଳାଭୂମି ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଓ ବଡ଼ ଦାଣ୍ଡରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏଥିପାଇଁ ଜାରି ହୋଇଛି ଟ୍ରାଫିକ କଟକଣା ।

Latest Posts

Don't Miss