spot_img

Latest Posts

ଚାଷୀଙ୍କ ଧାନ ନକିଣି ଚାଷୀଙ୍କ କାରଣ ଦର୍ଶାଅ ନୋଟିସ, ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ବର : ଚାଷୀଙ୍କ ଧାନ ନକିଣି ଚାଷୀଙ୍କ କାରଣ ଦର୍ଶାଅ ନୋଟିସ ଜାରି । ସରକାରଙ୍କ ଏପରି ଚାଷୀମାରଣ ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା ଅଭିଯୋଗ କରିଛନ୍ତି  ଚାଷୀର ଅମଳ ଧାନ କିଣୁନାହାନ୍ତି ସରକାର । ବିଭିନ୍ନ ବାହାନା ଦେଖାଇ ଚାଷୀଙ୍କୁ ହଇରାଣ କରାଯାଉଛି । ଧାନ ବିକ୍ରୀ କରିବାକୁ ଆଗ୍ରହ ଥିବା ଚାଷୀଙ୍କ ଟୋକନ ମିଳୁନି। ବହୁଚାଷୀ ପଞ୍ଜିକରଣ କରିବାକୁ ବଂଚିତ ହୋଇଛନ୍ତି। ରାଜସ୍ବ ବିଭାଗ ପାଖରେ ଚାଷୀଙ୍କ ତଥ୍ୟ ରହିଛି । ଯୋଗାଣ ବିଭାଗ ସେତଥ୍ୟରୁ ସବୁ ଜାଣିପାରିବ । ଧାନମଣ୍ଡି ସମସ୍ୟା ଦୂର କରିବା ସହ ସରକାର ତୁରନ୍ତ ଚାଷୀଙ୍କ ଧାନ କିଣନ୍ତୁ ବୋଲି ବିଜେଡି ଦାବି କରିଛି । ପିସିସି ସଭାପତି ମଧ୍ୟ ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମିଛ ଚାଷୀ କଥା ଯଦି ସରକାର କହୁଛନ୍ତି ତେବେ ଭାଗଚାଷୀଙ୍କ ପାଇଁ କଣ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଅନ୍ୟପଟେ ଧାନ କିଣା ପ୍ରକ୍ରିୟା ସମୟରେ ଧାନ ଚାଷ ନେଇ ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ ନେଇ ଯୁକ୍ତି ବାଢିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଥିବା ତଥା ଅଣ ଚାଷ ଜମିକୁ ଚାଷ ଜମି ଦର୍ଶାଇଥିବା ଚାଷୀଙ୍କୁ ନୋଟିସ କରିବାକୁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ। ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକର ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ସାଟେଲାଇଟ ସର୍ଭେ ମାଧ୍ୟମରେ ସରକାରଙ୍କୁ କିଛି ଚାଷୀ ଭୁଲ ତଥ୍ୟ ଦେଇଥିବା ନେଇ ବିଭାଗ ପାଖେ ସୂଚନା ରହିଛି। ସମବାୟ ମନ୍ତ୍ରୀ କହିଛନ୍ତି ଚାଷୀ ଓ ଚାଷ ବଢିଛି ।  ୩ଟି ପର୍ଯ୍ୟାୟରେ ସର୍ଭେ କରାଯାଇଛି । ଯେଉଁମାନେ ମିଥ୍ୟା ତଥ୍ୟ ଦେଇଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧା ଓଡିଶାରେ ଧାନ କିଣା ଆରମ୍ଭ ହୋଇ ନଥିବା ବେଳେ ଜାନୁଆରୀ ୧୦ ତାରିଖରେ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାରି ଭିତରେ ଚାଷୀଙ୍କୁ ନୋଟିସ ସରକାରଙ୍କୁ ଚିନ୍ତାରେ ପକାଇଛି ।

Latest Posts

Don't Miss