ନନ୍ଦିଘୋଷ ବ୍ୟୁରୋ : ତେଜିଲା ଚୀନ-ତାଇୱାନ ବିବାଦ। ପୁଣି ତାଇଓ୍ବାନ ଉପରେ ଚୀନର ଦାଦାଗିରି l ତାଇୱାନ ଚାରିପାଖେ ମିଲିଟାରୀ ଡ୍ରିଲ କରିଛି ଚୀନ। ଜଷ୍ଟିସ ମିଶନ ୨୦୨୫ ନାମରେ ନାମିତ ଏହି ଡ୍ରିଲରେ ତାଇୱାନରେ ପଶିଛି ଛନକା। ଆସନ୍ତାକାଲି ବି ତାଇୱାନ ଚାରିପାଖେ ଜାରି ରହିବ ଡ୍ରିଲ। ଏଥିରେ ସାମିଲ ହେବେ ଆର୍ମି, ଯୁଦ୍ଧ ଜାହାଜ, ଲଢୁଆ ବିମାନ ଓ ଆର୍ଟିଲେରି ୟୁନିଟ। ଟୀନର ଏହି ଡ୍ରିଲ ଯୋଗୁ ତାଇୱାନର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି।ତାଇଓ୍ବାନ ଚାରିପାଖରେ ଥିବା ପାଞ୍ଚଟି ଷ୍ଟ୍ରାଟେଜିକ ଜୋନରେ ଏହି ସମରାଭ୍ୟାସ ହେଉଛି l ସମୁଦ୍ର ଭିତରେ ଓ ଆକାଶମାର୍ଗରେ ଏହି ସମରାଭ୍ୟାସ କରାଯାଉଛି l ଜଷ୍ଟିସ ମିଶନ ୨୦୨୫ ନାମରେ ଏହି ସାମରିକ ଡ୍ରିଲରେ ସାମିଲ ହୋଇଛନ୍ତି ଚୀନର ନୌସେନା ଓ ବାୟୁସେନା ଓ ରକେଟ ବାହିନୀ l ତାଇଓ୍ବାନକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଏହି ଡ୍ରିଲ କରାଯାଉଛି ବୋଲି କହିଛି ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ l ୨୦୨୨ ପରଠାରୁ ଏହା ହେବ ଚୀନର ଷଷ୍ଠ ଯୁଦ୍ଧ ବ୍ଲୁପ୍ରିଣ୍ଟ l ଆମେରିକାର ତତକାଳୀନ ହାଉସ ସ୍ପିକର ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉତକ୍ଷିପ୍ତ ହୋଇଆସିଛି ଚୀନ l ସାମୁଦ୍ରିକ ଓ ବାୟୁସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଏହି ଡ୍ରିଲ କାଯାଉଛି l ତାଇଓ୍ବାନର ପ୍ରମୁଖ ବନ୍ଦର ଓ କୌଶଳଗତ ଅଞ୍ଚଳକୁ ଟାର୍ଗେଟ କରି ଏହି ଡ୍ରିଲ କରାଯାଉଛି l ୨୦୨୪ରେ ହୋଇଥିବା ସମଧରଣର ଡ୍ରିଲରେ କିଛି ଗୁରୁତ୍ବପୂର୍ଣ୍ଣ ବନ୍ଦରକୁ ଅବରୋଧ କରିଥିଲା ଚୀନ l ସମ୍ଭାବ୍ୟ ଯୁଦ୍ଧରେ ବାହାର ଦେଶର ହସ୍ତକ୍ଷେପକୁ ବନ୍ଦ କରିବା ଲାଗି ଏହି ଅବରୋଧ କରାଯାଇଥିବା କହିଥିଲା ଚୀନ l

