spot_img

Latest Posts

PUCC ଓ ମନମୁଖୀ ଫାଇନ ବିରୋଧରେ ଆଜି ବିଜେଡିର ଯୁବ ଓ ଛାତ୍ର ଗର୍ଜନ

ନନ୍ଦିଘୋଷ ବ୍ୟୁରୋ : PUCC ଓ ମନମୁଖୀ ଫାଇନ ବିରୋଧରେ ଆଜି ବିଜେଡିର ଯୁବ ଓ ଛାତ୍ର ଗର୍ଜନ ସମାବେଶ । ଭୁବନେଶ୍ୱର RTO-୧ ଆଗରେ ପିକେଟିଙ୍ଗ ସହ ଲୋକଙ୍କୁ ସଚେତନ କରାଯିବ । PUCC ଓ ଚାଲାଣକୁ ଅଲଗା କରିବାକୁ ପ୍ରମୁଖ ଦାବି ରହିବ। ମନଇଚ୍ଛା ମିଥ୍ୟା ଫାଇନ ଆଦାୟ ହେଉଛି। ପ୍ରଦୂଷଣ କେବଳ ଗାଡ଼ିରୁ ହେଉନି। ଗଛ କଟାରୁ ମଧ୍ୟ ହେଉଛି। ଏ ନେଇ  ଲୋକଙ୍କୁ ସଚେତନ କରିବା ସହ ଚାରା ବଣ୍ଟନ କରାଯିବ। ସରକାରଙ୍କୁ ପ୍ରଶ୍ନ କରାଯିବ ଓ ଜଣାଯିବ ଯେ ଗଛ ଲଗାଇଲେ ପ୍ରଦୂଷଣ କମେ । ଯିଏ ଫାଇନ ଦେଇ ଦେଲା ତାଙ୍କୁ PUCC ମିଳିଯାଉଛି । ସେ ସମୟରେ ଆଉ ଦେଖା ଯାଉନି ଯେ ଗାଡିରୁ ଧୂଆଁ ବାହାରୁଛି ନା ନାହିଁ । ଏହାକୁ ସରକାରଙ୍କୁ ଅପାରଗତାର ନାଁ ଦେଇଛି ବିଜୁ ଜନତା ଦଳ । ସୁଭଦ୍ରା ଟଙ୍କା ଦେବାକୁ ଟଙ୍କା ନଥିବାରୁ PUCC ଓ ଫାଇନର ପ୍ରହସନ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। କଳା ଓ ଜନବିରୋଧୀ ଆଇନ ପରିବର୍ତ୍ତନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Latest Posts

Don't Miss