spot_img

Latest Posts

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେନସ ଫ୍ରେଡରିକ ନେଲସନଙ୍କ କଡ଼ା ଚେତାବନୀ। ଆମେରିକା ଓ ଡେନମାର୍କ ମଧ୍ୟରୁ ଡେନମାର୍କ ସହ ତାଙ୍କ ଦେଶ ରହିବ ବୋଲି କହିଛନ୍ତି ନେଲସନ। ନେଲସନ କହିଛନ୍ତି- ଡେନମାର୍କ ହେଉ ବା ନାଟୋ କିମ୍ବା ୟୁରୋପୀୟ ୟୁନିଅନ ସହ ରହିବା ଲାଗି ତାଙ୍କ ଦେଶ ଚାହେଁ। ଏହା ସହ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡରିକସନଙ୍କ ରହିବା ଲାଗି ସେ ଦୃଢ ଭାବେ କହିଛନ୍ତି। ତେବେ ନେଲସନଙ୍କ ବିବୃତିକୁ ସମର୍ଥନ କରିନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଏହି ବକ୍ତବ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି କରିବ। ଏପରିକି ନେଲସନକୁ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ୱାଶିଂଟନରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଗ୍ରୀନଲ୍ୟାଣ୍ଡ ଓ ଡେନମାର୍କ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ଏହି କଥା କଟାକଟି ଘଟିଛି।

Latest Posts

Don't Miss